ନୂଆଦିଲ୍ଲୀ : କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଦିଲ୍ଲୀ ସ୍ଥିତ କୃଷି ଭବନରେ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟ ପାଳନ ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି। କୃଷି ଭବନ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଶ୍ରୀ ଷଡ଼ଙ୍ଗୀଙ୍କୁ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ପରେ ଶ୍ରୀ ଷଡ଼ଙ୍ଗୀ ବିଭାଗ ଅଧିକାରୀ ମାନଙ୍କ ସହିତ ମନ୍ତ୍ରାଳୟ ଅନ୍ତର୍ଗତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରତାପ ଆସନ୍ତା ସୋମବାର ଦିନ ଦିଲ୍ଲୀର ଉଦ୍ୟୋଗ ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଦିନ ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp