ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡ଼ଙ୍ଗୀ | ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ନିତିନ ଗଡ଼କରୀ ଦାୟିତ୍ୱ ନେଇଛନ୍ତି | ତାଙ୍କ ଉପସ୍ଥିତିରେ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ଦାୟିତ୍ୱ ନେଇଛନ୍ତି | ଜାତୀୟ ରାଜନୀତି ଓ ଗଣମାଧ୍ୟମରେ ଏବେ ପ୍ରତାପଙ୍କୁ ନେଇ ସବୁଠି ଚର୍ଚ୍ଚା |
/sambad/media/post_attachments/wp-content/uploads/2019/06/D8MXo9xW4AAmKfH-1.jpg)
ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକଟରେ ଜିତି ସଂସଦକୁ ଯାଇଛନ୍ତି ପ୍ରତାପ | ତେବେ ଓଡ଼ିଶାର ମୋଦୀ ଭାବେ ତାଙ୍କୁ ଅଭିହିତ କରାଯିବା ସହ କେନ୍ଦ୍ର ସରକାରରେ ସାମିଲ ହୋଇଛନ୍ତି ପ୍ରତାପ | ତାଙ୍କୁ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗ ସହ ପଶୁପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା | ପ୍ରତାପ ଯେଉଁ ଦିନ ଶପଥ ନେଇଥିଲେ ସେଦିନ କରତାଳିରେ ଫାଟି ପଡିଥିଲା ରାଷ୍ଟ୍ରପତି ଭବନ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Prapat-Sarangi-Took-Charge-of-MSME_Thumbnail_2-1.jpg)