‘ପ୍ରଥମ୍ ମହିଲା ଔର ମେଁ’… ରାଷ୍ଟ୍ରପତି ଟ୍ରମ୍ପଙ୍କ ହିନ୍ଦୀ ଟୁଇଟ ଦେଖି ଚକିତ ହେଲା ବିଶ୍ୱ

ଅହମ୍ମଦାବାଦ: ଆଜି ଠାରୁ ସପରିବାର ନିଜର ଦୁଇଦିନିଆ ଭାରତ ଗସ୍ତ ଆରମ୍ଭ କରିଥିବା ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ କରିବାରେ ବେଶ ସିଦ୍ଧହସ୍ତ। ଏବଂ ଅନେକ ସମୟରେ ସେ ତାଙ୍କର ଟୁଇଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଅହମ୍ମଦାବାଦରେ ଅବତରଣ କରିବା ପୂର୍ବରୁ ନିଜର ବ୍ୟକ୍ତଗତ ସରକାରୀ ବିମାନ ଏୟାର ଫୋର୍ସ ଓ୍ଵାନ ଭିତରେ ଥାଇ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଟୁଇଟର ହାଣ୍ଡେଲରେ କରିଥିବା ଏକ ହିନ୍ଦୀ ଟୁଇଟ୍‌କୁ କେନ୍ଦ୍ର କରି ଏବେ ସୃଷ୍ଟି ହୋଇଛି ବିଶ୍ୱବ୍ୟାପୀ ଚର୍ଚ୍ଚା।

କରିଥିବା ନିଜ ହିନ୍ଦୀ ଟୁଇଟ୍‌ରେ ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ‘ପ୍ରଥମ ମହିଳା (ଫାଷ୍ଟ ଲେଡି) ଔର ମେଁ ଇସ୍‌ ଦେଶ କେ ହର୍‌ ନାଗରିକ କୋ ଏକ ସନ୍ଦେଶ ଦେନେ କେ ଲିୟେ ଦୁନିିଆ କା ୮୦୦୦ ମାଇଲ୍‌ କା ଚକ୍କର ଲଗା କେ ଆୟା ହୈ। ଆମେରିକୀ ଭାରତ କୋ ପ୍ରେମ୍‌ କର୍‌ତା ହୈ- ଔର ଆମେରିକା କେ ଲୋଗ ହମେସା ଭାରତ କେ ଲୋଗୋ କା ସଚ୍ଚା ଓର ନିଷ୍ଠାବାନ ଦୋସ୍ତ ରହେଗେଁ’।

ଯାହାର ଓଡ଼ିଆରେ ଅର୍ଥ: ‘ଆମେରିକାର ପ୍ରଥମ ମହିଳା ଏବଂ ମୁଁ ଏହି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ବାର୍ତ୍ତା ଦେବା ପାଇଁ ବିଶ୍ୱର ୮୦୦୦ ମାଇଲ ଅତିକ୍ରମ କରି ଏଠିକୁ ଆସିଛୁ। ଆମେରିକୀୟମାନେ ଭାରତକୁ ବହୁତ ଭଲ ପାଆନ୍ତି। ଏବଂ ଆମେରିକୀୟମାନେ ସବୁବେଳେ ଭାରତୀୟମାନଙ୍କର ପ୍ରକୃତ ଓ ନିଷ୍ଠାବନ୍‌ ବନ୍ଧୁ ହୋଇ ରହିବେ’।

ରାଷ୍ଟ୍ରପତି ଟ୍ରମ୍ପଙ୍କର ଏ ହିନ୍ଦୀ ଟୁଇଟ ପଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତରେ ଟୁଇଟରରେ ଏହାର ଉତ୍ତର ରଖିଥଲେ, ‘ଅତିଥି ଦେବୋଭବଃ।’

ସମ୍ବନ୍ଧିତ ଖବର