ପ୍ରଭାତ ବିଶ୍ବାଳଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି

ନୂଆଦିଲ୍ଲୀ : ସିସୋର୍‌ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ବାରା ଜାମିନ ପାଇଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଆଜି ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋସ୍‌ଙ୍କ ଖଣ୍ଡପୀଠ ସିବିଆଇ ଦ୍ବାରା ହୋଇଥିବା ପ୍ରଭାତଙ୍କ ଜାମିନ ବାତିଲ ଆବେଦନକୁ ଖାରଜ କରିଦେଇଛନ୍ତି। ସିବିଆଇ ପକ୍ଷରୁ ପ୍ରଭାତ ବିଶ୍ବାଳଙ୍କ ଜାମିନ୍ ଖାରଜ ପାଇଁ ଆବେଦନ କରାଯାଇଥିଲା ଏବଂ ସିବିଆଇ ଓକିଲଙ୍କ ଦ୍ବାରା କୋର୍ଟରେ ଏନେଇ ବଳିଷ୍ଠ ଯୁକ୍ତି ମଧ୍ୟ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏନେଇ ଖଣ୍ଡପୀଠଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ସିବିଆଇ ଓକିଲ ଦେଇ ପାରିନଥିଲେ। ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ଆଧାରରେ ସିବିଆଇର ଜାମିନ୍ ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର