ନୂଆଦିଲ୍ଲୀ : ମେରୁ ଦଣ୍ଡ ଜନିତ ସମସ୍ୟା ଓ ପେଟ ଯନ୍ତ୍ରଣା ଯୋଗୁଁ ନୂଆଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ରାଷ୍ଟ୍ରୀୟ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାପରେ ବିଧାୟକ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି ଯେ, ଏବେ ଦେହ ଭଲ ଲାଗୁଛି। କିଛି ଦିନ ପରେ ଓଡ଼ିଶା ଫେରିବି।
ସୂଚନାଯୋଗ୍ୟ ଯେ, ସିସୋର ଚିଟ୍ଫଣ୍ଡ ଠକେଇରେ ସଂପୃକ୍ତି ଥିବା ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୯, ୨୦୧୭ରେ ସିବିଆଇ ଗିରଫ କରିଥିଲା। ସେ କଟକ ଏସ୍ସିବିର ମେରୁଦଣ୍ଡ ବିଭାଗରେ ଚିକିତ୍ସିତ ହୋଇଥିଲେ। ଜୁନ ୨୬ରେ ତାଙ୍କୁ ଓଡ଼ିଶା ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିବା ପରେ ସେ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/pravat-biswal.jpg-f.jpg)