ନୂଆଦିଲ୍ଲୀ: ଆକ୍ସନ ମୋଡରେ ରେଖା ସରକାର । ଦିଲ୍ଲୀବାସୀଙ୍କ ଦୁଃଖ ଦୂର ପାଇଁ ଏବଂ ସାଧାରଣ ଲୋକଙ୍କ ସେବା ପାଇଁ ଏବେ ଜୋରଦାର କାମ ଆରମ୍ଭ କରିଛନ୍ତି ଦିଲ୍ଲୀର ବିଜେପି ସରକାର । ଆମ୍ ଆଦମୀ ପାର୍ଟି କରିଥିବା ଭୁଲକୁ ସୁଧାରି ଲୋକଙ୍କୁ ସେବା ଓ ସୁବିଧା ଦେବାକୁ ରେଖା ସରକାରଙ୍କ ସବୁ ମନ୍ତ୍ରୀ ଏବଂ ବିଧାୟକ ପୂରା ଦମରେ କାମ କରୁଛନ୍ତି । ଆଉ ସେମାନଙ୍କ ଭିତରେ ଜଳ ସମ୍ପଦ ମନ୍ତ୍ରୀ ପ୍ରବେଶ ବର୍ମା ଗ୍ରାଉଣ୍ଡ ଜିରୋକୁ ଯାଇ ଘଟଣାର ତଦନ୍ତ କରି ଅନ୍ ଦ ଷ୍ପଟ୍ ଆକ୍ସନ ନେଉଛନ୍ତି ।
ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ଶୁଣି ଏବଂ ସମସ୍ୟାକୁ ନିଜ ଆଖିରେ ଦେଖି ଗ୍ରାଉଣ୍ଡ ଜିରୋରୁ ହିଁ ବିଭାଗୀୟ ଅଧିକାରୀଙ୍କୁ ସସପେଣ୍ଡ କରିବାର ଚେତାବନୀ ଦେଉଛନ୍ତି ପ୍ରବେଶ । ଶୁକ୍ରବାର ଖରାପ ରାସ୍ତାକୁ ନେଇ ପିଡବ୍ଲୁଡି ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ସସପେଣ୍ଡ କରିବା ପରେ ଏବେ ଅଫିସରଙ୍କ ଭିତରେ ଛନକା ପଶିଛି ।
ପୂର୍ବ ସରକାରକୁ ଟାର୍ଗେଟ୍ କରି ପ୍ରବେଶ କହିଛନ୍ତି- ଗତ ୧୦ ବର୍ଷରେ ଅଫିସରଙ୍କ ଚର୍ବି ମୋଟା ହୋଇଯାଇଛି । ଏବେ ସେମାନଙ୍କୁ ରାସ୍ତାରେ ଦୌଡାଯିବ, ଯାହା ଦ୍ବାରା ଲୋକଙ୍କ କାମ ହେବ । ତେବେ ଅଫିସରଙ୍କୁ ଖୁଲମଖୁଲା ଚେତାବନୀ ଦେଇ ବର୍ମା କହିଛନ୍ତି ଯେଉଁ ଅଧିକାରୀ କାମରେ ଢିଲା ମାରିବ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/22/hxOErBJqxHzmWksx9DV0.jpg)