ନୂଆଦିଲ୍ଲୀ : ପ୍ରବେଶ ବର୍ମା ହୋଇପାରନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ତାଙ୍କ ନାମକୁ ନେଇ ବିଜେପି ଓ ଆରଏସଏସ ମଧ୍ୟରେ ସହମତ ଥିବା ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି । ନୂଆଦିଲ୍ଲୀ ଆସନରୁ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବାରୁ ପ୍ରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଛି ।

Advertisment

ଦିଲ୍ଲୀ ରାଜନୀତିରେ ବର୍ମାଙ୍କ ନାମ ଜାଏଣ୍ଟ କିଲରଭାବେ ଉଭା ହୋଇଛି। ଯମୁନା ପ୍ରସଙ୍ଗକୁ ସେ ଗୁରୁତ୍ୱର ସହ ଉଠାଇ ଥିଲେ ଏବଂ କେଜ୍ରିୱାଲଙ୍କୁ ତାଙ୍କ ଅଞ୍ଚଳରେ ହିଁ ଘେରିଥିଲେ। ବିଜେପି ତାଲିକାରେ ନିଜ ନାମ ଘୋଷଣା ହେବା ପୂର୍ବରୁ ସେ ନୂଆଦିଲ୍ଲୀ ଆସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏଥିରୁ ତାଙ୍କୁ ଫାଇଦା ମିଳିଥିଲା ଏବଂ ସେ ବିଜୟ ହାସଲ କରିଥିଲେ।

ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ପ୍ରବେଶ ବର୍ମା ହିଁ ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତାଙ୍କ ନାଁରେ ଦଳର ଶୀର୍ଷ ନେତୃତ୍ୱଙ୍କ ଭରସା ଥିବା କୁହାଯାଉଛି। ତେଣୁ ତାଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଥିଲା।