ତାଙ୍କର ସଫଳତା ଏବଂ ନିରାମୟ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଖି ଭଉଣୀ କ୍ୱମାର ମୋହସିନ୍‌ ଶେଖ୍‌

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଖି ପୂର୍ଣ୍ଣିମା ଅବସରରେ କ୍ୱମାର ମୋହସିନ ଶେଖ୍‌ ତାଙ୍କ ଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭ କାମନା ଜଣାଇଛନ୍ତି।

ଜଣେ ଭାରତୀୟଙ୍କୁ ବାହା ହୋଇଥିବା ପାକିସ୍ତାନୀ ମହିଳା ଶେଖ୍‌ ଦୁଇ ଦଶନ୍ଧି ହେବ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାଖି ବାନ୍ଧି ଆସୁଛନ୍ତି।

ଶେଖ୍‌ କହନ୍ତି: ପ୍ରତିବର୍ଷ ବଡ଼ଭାଇଙ୍କ ହାତରେ ରାଖି ବାନ୍ଧିବାର ସୁଯୋଗ ପାଉଥିବାରୁ ମୁଁ ଖୁବ୍‌ ଖୁସୀ। ସେ ନେଉଥିବା ସକାରାତ୍ମକ ନିଷ୍ପତ୍ତିକୁ ସାରା ବିଶ୍ୱ ସମ୍ମାନ ଦେଉଛି। ମୁଁ ପ୍ରାର୍ଥନା କରୁଛି ପରବର୍ତ୍ତୀ ପାଞ୍ଚ ବର୍ଷ ତାଙ୍କ ପାଇଁ ଭଲରେ ଯାଉ। ତାଙ୍କର ନିରାମୟ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।

Image Source: India TV

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀ ଥିବାବେଳେ ଚିତ୍ରକର ସ୍ୱାମୀଙ୍କ ସହ ଦିଲ୍ଲୀ ବୁଲି ଯାଇଥିବା ଶେଖ୍‌ ତାଙ୍କୁ ସାକ୍ଷାତ୍‌ କରିଥିଲେ। ବାହାହୋଇ ଭାରତ ଆସିବା ପରଠାରୁ ସେ ଗୁଜରାଟର ଅହମଦାବାଦରେ ବାସ କରୁଛନ୍ତି।

ଏ ବର୍ଷ ସ୍ୱାଧୀନତା ଦିବସ ଏବଂ ରକ୍ଷାବନ୍ଧନ ଗୋଟିଏ ଦିନରେ ପଡ଼ିଛି।

ସମ୍ବନ୍ଧିତ ଖବର