ନୂଆଦିଲ୍ଲୀ:ପ୍ରୟାଗରାଜର ଲାଲଗୋପାଳଗଞ୍ଜରେ ବେଲୁନ୍ ସହିତ ଖେଳୁଖେଳୁ ଶିଶୁର ଜୀବନ ଚାଲିଯିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ପୁଲିସ ଷ୍ଟେସନ ଅଞ୍ଚଳର ଫତୁହା ନିବାସୀ ଇମ୍ରାନ ଲାଲଗୋପାଲଗଞ୍ଜର ମୋହଲା ଇମାମଗଞ୍ଜର ବାସିନ୍ଦା ରଇସ ଅହମ୍ମଦଙ୍କଙ୍କ କନ୍ୟାଙ୍କୁ ବିବାହ କରିଥିଲେ। ବିବାହ ପରେ ଝିଅ ଶହରିନଙ୍କ ବାପା ଓ ମା’ ହୋଇଥିଲେ ଇମ୍ରାନ ଓ ନାଜରିନ।
ସୂଚନାଯୋଗ୍ୟ, ଗତବୁଧବାର ଅପରାହ୍ନରେ ଝିଅ ଶହରିନ୍ ଅନ୍ୟ ପିଲାମାନଙ୍କ ସହ ଏକ ବେଲୁନରେ ଖେଳୁଥିଲା। ଏହି ସମୟରେ ବେଲୁନଟି ଫାଟିଯାଇଥିଲା। ଯାହାର ଏକ ଅଂଶ ଶିଶୁର ଗଳାରେ ଫସି ଯାଇଥିଲା। ଶିଶୁର ଅବସ୍ଥା ବିଗିଡିବା ଦେଖି ଇମ୍ରାନ ଓ ନାଜରିନ ସ୍ଥାନୀୟ ଡାକ୍ତରଙ୍କ ନିକଟକୁ ନେଇଥିଲେ, ଯେଉଁଠାରେ ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଶହରିନଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତର ଶହରିନଙ୍କ ମୃତ୍ୟୁକୁ ନେଇ କହିଥିଲେ, ଯଦି ଠିକ ସମୟରେ ଶିଶୁକୁ ହସ୍ପିଟାଲ ଅଣାଯାଇଥାଆନ୍ତା ହୁଏତ ତାର ଜୀବନ ବଞ୍ଚି ଯାଇଥାଆନ୍ତା କିନ୍ତୁ ସେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ତେଣୁ ଚେଷ୍ଟା କରି ମଧ୍ୟ ଶହରିନଙ୍କୁ ବଞ୍ଚା ଯାଇ ପାରିଲା ନାହିଁ। ଏଭଳି ବସ୍ତୁ ସହିତ ପିଲାଙ୍କୁ ଖେଳିବାକୁ ଦେବା ସମୟରେ ବାପା ଓ ମା’ମାନେ ସଚେତନ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଇ ଆସୁଛି।