ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅତିକ ଓ ଅସରଫ ଫେରାର ଥିବା ବେଳେ ପୁଲିସ ତାଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା। ଏଥିସହିତ ଗତବର୍ଷ ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟା ଘଟଣାରେ ଅତିକର ଦୁଇଜଣ ପୁଅ ଅଲି ଓ ଉମର ଉପରେ ବି ପୁଲିସ ପୁରସ୍କାର ରାଶି ଘୋଷଣା କରିଥିଲା।
ଅଲି ଏବେ ନୈନି ସେଣ୍ଟ୍ରାଲ ଜେଲରେ ଓ ଉମର ଲକ୍ଷ୍ମୌ ଜେଲରେ କଏଦୀ ଭାବେ ଜୀବନ କାଟୁଛନ୍ତି। ଅତିକ ଅହମ୍ମଦର ଆଉ ଜଣେ ପୁଅ ଅସଦ ଉପରେ ବି ପୁଲିସ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। କିନ୍ତୁ ପୁଲିସ ଏନକାଉଣ୍ଟରରେ ଅସଦର ମୃତ୍ୟୁ ହୋଇଥିଲା।
ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଅସଦର ସ୍ତ୍ରୀ ଶାଇସ୍ତା ପରବୀନଙ୍କ ଉପରେ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୫୦ହଜାର ଟଙ୍କା କରି ଦିଆଯାଇଛି। କାରଣ ଶାଇସ୍ତା ଉମେଶ ପାଲ ହତ୍ୟା ପରେ ଫେରାର ରହିଛନ୍ତି। ପୁଲିସ ତାଙ୍କୁ ପଳାତକ ତାଲିକାରେ ସାମିଲ କରିଛି।
ସମ୍ପ୍ରତି ଏହି ଗ୍ୟାଙ୍ଗଷ୍ଟାର ପରିବାରରେ ସାମିଲ ଥିବା ଅତିକର ସାନ ଭାଇଙ୍କ ସ୍ତ୍ରୀ ଜୈନବ ଓରଫ ରୁବି ଓ ଅତିକର ଭଉଣୀ ଆୟଶା ନୁରିଙ୍କ ଉପରେ ବି ୨୫-୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ଦୁଇଜଣ ମହିଳାଙ୍କ ନାମ ବି ପଳାତକ ତାଲିକାରେ ପୁଲିସ ସାମିଲ କରିଛି।