ପ୍ରୟାଗରାଜ: ଏପଟେ ମହାଶିବରାତ୍ରି, ସେପଟେ ମହାକୁମ୍ଭର ଆଜି ଶେଷ ଦିନ ଓ ଶେଷ ରାତି । ପ୍ରୟାଗରାଜରେ ଆଜି ସରିବ ମହାକୁମ୍ଭ । ତେଣୁ ଅନ୍ତିମ ଦିନରେ ଅନ୍ତିମ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପବିତ୍ର ଶିବରାତ୍ରିରେ ସଙ୍ଗମରେ ପବିତ୍ର ସ୍ନାନ କରିବାକୁ ସାରା ଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ମହାକୁମ୍ଭ ଆଜି ସରୁଥିବାରୁ ଶେଷ ଦିନରେ ବି କେହି ସୁଯୋଗ ଛାଡୁ ନାହାନ୍ତି । ମହାକୁମ୍ଭର ଶେଷ ଦିନରେ ଅସମ୍ଭାଳ ଭିଡ ହେବା ନେଇ ଆନୁମାନ କରାଯାଇଥିବା ବେଳେ ଏହି ଅନ୍ତିମ ଦିନ ଯୋଗୀ ସରକାରଙ୍କ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଛି ।
ଆଜି ଗୋଟିଏ ଦିନରେ ୨ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାରୁ ଅନୁମାନ କରାଯାଉଥିବା ବେଳେ ସକାଳ ଠାରୁ ଦିନ ୧ଟା ଯାଏଁ ଗୋଟେ କୋଟି ଲୋକ ବୁଡ଼ ପକାଇ ସାରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଜାନୁୟାରୀ ୧୩ରୁ ଆରମଅଭ ହୋଇଥିବା ଏ ମହାକୁମ୍ଭରେ ଆଜି ଯାଏଁ ଅର୍ଥାତ ଆରମ୍ଭ ଦିନରୁ ଶେଷ ଦିନର ଅପରାହ୍ନ ଯାଏଁ ୬୬ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ତେବେ ଆଜି ରାତି ସୁଦ୍ଧା ଆହୁରି ଲକ୍ଷ ଲକ୍ଷ ଲୋକ ବୁଡ ପକାଇବାର ସମ୍ଭାବନା ଥିବାରୁ ମହାକୁମ୍ଭର ଶେଷ ପର୍ୟ୍ୟାୟ ସୁଦ୍ଧା ୭୦ କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଥିବା ଅନୁମାନ କରାଯାଉଛି । ସେପଟେ ଏତେ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଉପେ ପୁଷ୍ପ ବର୍ଷା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/26/6vBnMLRHMyTF242PhVfD.jpg)