ନୂଆଦିଲ୍ଳୀ: ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ଛାଡ଼ପତ୍ର ମାମଲା ଏବେ ଚର୍ଚ୍ଚାରେ ରହିଥିବା ବେଳେ ଆହୁରି ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଆଲୋକଙ୍କ ଭାଉଜ ଶୁଭ୍ରା ମୌର୍ଯ୍ୟ ମଧ୍ୟ ତାଙ୍କ ସ୍ବାମୀଠାରୁ ଅଲଗା ହୋଇ ରହୁଛନ୍ତି। ଏ ସଂପର୍କରେ ନିଜେ ଶୁଭ୍ରା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Advertisment

ଶୁଭ୍ରାଙ୍କ ଅଭିଯୋଗ ହେଉଛି ଯେ ତାଙ୍କ ସହ ବି ଜ୍ୟୋତିଙ୍କ ପରି ଧୋକା ହୋଇଛି। ସେ ବି ଆଲୋକ ମୌର୍ଯ୍ୟଙ୍କ ପରିବାର ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଆଜ୍‌ତକ୍‌’କୁ ନିଜର ସାକ୍ଷାତ୍‌କାର ଦେଇ ସେ ଅନେକ କଥାର ଖୁଲାସା କରିଛନ୍ତି।

ଶୁଭ୍ରା କହିଛନ୍ତି, ‘‘ମୋ ସ୍ବାମୀ ବିନୋଦ ମୌର୍ଯ୍ୟ ମଦ ପିଇ ମୋ‌ତେ ମାରପିଟ କରନ୍ତି। ୨୦୧୮ ମସିହାରୁ ମୁଁ ଏହି ପରିବାରର ଲୋକଙ୍କୁ ବିରୋଧ କରିବାକୁ ଚେଷ୍ଟା କରିଛି, ହେଲେ ମୋ ଏଫ୍‌ଆଇଆର୍‌ ରୁଜୁ ହୋଇନଥିଲ‌ା। ଜୁଲାଇ ୧୦ ତାରିଖରେ ମୋ‌ତେ ହତ୍ୟା ଧମକ ମିଳିବାରୁ ମୁଁ ଏଫ୍‌ଆଇଆର୍‌ ଦାୟର କରିବାକୁ ଚେଷ୍ଟା କଲି। ହେଲେ କେହି ବି ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଗ୍ରହଣ କଲେନି। ଜୁଲାଇ ୧୫ ତାରିଖରେ ମୋତେ ପୁଣି ୧୧୨ ଡାଏଲ୍‌ କରିବାକୁ ପଡ଼ିଲା। କାରଣ ମୋ ସ୍ବାମୀ ଓ ତାଙ୍କ ପରିବାର ଲୋକ ଆମ ଘରେ ଆସି ହଙ୍ଗାମା କରିଥିଲେ। ପୁଲିସ୍‌ ଆସିଲା ବୁଝାଇସୁଝାଇ ମୋ ସ୍ବାମୀଙ୍କୁ ନେଇ ଚାଲିଗଲା। ହେଲେ ମୋ ସ୍ବାମୀଙ୍କଠାରୁ ମୋତେ ଧମକ ପରେ ଧମକ ମିଳିଚାଲିଲା। ମୁଁ କିଛି କଲେ ସେ ମୋତେ ଜୀବନରୁ ମାରିଦେବାକୁ ଧମକାଉଥିଲେ।’’

ତେବେ ଆଲୋକଙ୍କ ପରି ବିନୋଦଙ୍କ ବିବାହ ବେଳେ ବି ପରିବାର ଲୋକ ମିଛ କହିଥିଲେ ବୋଲି ଶୁଭ୍ରା କହିଛନ୍ତି। ସେ କହିଛନ୍ତି କି ‘ମୁଁ ଜଣେ ଶିକ୍ଷକ। ବାହାଘର ପ୍ରସ୍ତାବ ପଡ଼ିବା ବେଳେ ସେମାନେ ବିନୋଦ ପୁଲିସ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଅଧିକାରୀ ବୋଲି କହିଥିଲେ। ମାତ୍ର ବାସ୍ତବରେ ସେ ଜଣେ କ୍ଲର୍କ।’