ଲକ୍ଷ୍ନୌ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଭାରତୀୟ ସମୟ ଠିକ୍ ଭୋର ୩ଟା ୨୭ ମିନିଟରେ ପୃଥିବୀରେ ପାଦ ଦେବେ ସୁନିତା । ମହାକାଶରେ ୯ ମାସ ୧୩ ରହିବା ପରେ ଶେଷରେ ସରିଛି ସଙ୍ଘର୍ଷମୟ ସମୟ, ଆଉ ଏବେ ଘରକୁ ବାହୁଡିବାର ବେଳ । ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ଆମେରିକୀୟ ମହାକାଶଚାରୀ ବୁଚ୍ ୱିଲ୍ମୋରଙ୍କ ସମେତ ଅନ୍ୟ ୨ ଜଣ ମହାକାଶଚାରୀ ମଧ୍ୟ ଆସନ୍ତାକାଲି ଭୋରୁ ମହାକାଶରୁ ଆସି ମାଟି ଛୁଇଁବେ ।
/sambad/media/media_files/2025/03/18/EP6Bad7hO8oxjReh0WBH.jpg)
ସୁନିତା ପୃଥିବୀ ପୃଷ୍ଠକୁ ଫେରୁଥିବା ନେଇ ସାରା ବିଶ୍ବରେ ଖୁସିର ମାହୋଲ ଥିବା ବେଳେ ଭାରତୀୟ ବଂଶୋଦ୍ଭବ ସୁନିତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ପୂଜାପାଠ । ବାରଣାସୀରେ ଲୋକେ ସୁନିତାଙ୍କ ପାଇଁ ପୂଜାର୍ଚ୍ଚନା କରିବା ସହ ହୋମ ମଧ୍ୟ କରିଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।
ତେବେ ଜୁନ୍ ୨୦୨୩ରେ, ନାସା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କୁ ଏକ ବୋଇଂ ମହାକାଶଯାନରେ ୮ ଦିନିଆ ମିଶନରେ ମହାକାଶକୁ ପଠାଇଥିଲା । ମାତ୍ର ମହାକାଶରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେମାନେ ମହାକାଶ ଷ୍ଟେସନରେ ଫସି ରହିଲେ ଏବଂ ତାଙ୍କର ଫେରିବା ପାଇଁ ୯ ମାସ ବିଳମ୍ବ ହୋଇଗଲା । ଏବଂ ଶେଷକେ ଏବେ ତାଙ୍କର ପୃଥିବୀକୁ ଫେରିବାର ପଥ ପରିଷ୍କାର ହୋଇଯାଇଛି । ଆଉ ସେମାନେ ବୁଧବାର ଭୋର ୩ଟା ୨୭ରେ ପୃଥିବୀରେ ପହଞ୍ଚୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/18/m0rFvj4lgc3RiTPAfF5J.jpg)