ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହେଲେ ସବୁଦଳର ନେତା, ଆସିଲେନି ରାହୁଲ, ସୋନିଆ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାାଇଛି । ଏହି ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅଟଳଜୀ ନିଜ ଜୀବନ କାଳରେ କେବେ ହେଲେ ମଧ୍ୟ ଚାପ ଆଗରେ ନଇଁ ଯାଉନଥିଲେ । ନିଜର ଯୁବାବସ୍ଥାରୁ ମୃତ୍ୟୁପର୍ଯ୍ୟନ୍ତ ସେ କେବେ ମଧ୍ୟ କୌଣସି ଚାପକୁ ଖାତିର କରିନାହାନ୍ତି । ନିଜର ସାରା ଜୀବନକୁ ସେ ଦେଶପାଇଁ ସମର୍ପିତ କରିଦେଇଥିଲେ । ସେ ଲୋକମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସାରା ଜୀବନ ଉଦ୍ୟମ କରିଚାଲିଥିଲେ । ଏହି ଅବସରରେ ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ କହିଥିଲେ ଯେ ମୁଁ ଜୀବନରେ ଅନେକ ଜନସଭାରେ ଭାଷଣ ଦେଇଛି, କିନ୍ତୁ ଦିନେ ଏପରି ଏକ ସଭାରେ ଭାଷଣ ଦେବାକୁ ପଡିବ ଯେଉଁଠାରେ ଅଟଳଜୀ ନଥିବେ ତାହା ଭାବିନଥିଲି । ମୁୁଁ ଭାଗ୍ୟବାନ ଯେ ଅଟଳଜୀଙ୍କ ପରି ବ୍ୟକ୍ତିତ୍ୱ ସହ ଦୀର୍ଘ ୬୫ ବର୍ଷ କଟାଇଥିଲି, ତାଙ୍କୁ ପାଖରୁ ଦେଖିବାର, କାମ କରିବାର ସୁଯୋଗ ପାଇଥିଲି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦେଶର ପ୍ରାୟ ସବୁ ଦଳର ନେତା ଯୋଗ ଦେଇଥିଲେ । ତେବେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଯୋଗୁଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇନଥିଲେ ।

ସମ୍ବନ୍ଧିତ ଖବର