ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର , ହାଲୁକା କରୋନା ଲକ୍ଷଣ ଥିବା ସୂଚନା ଦେଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ବିଗ୍‌ ‘ବି’ଙ୍କ ଆଶୁ ଆରୋଗ୍ୟ କାମନା କରିଲେ କ୍ରିକେଟ୍ ସୁପରଷ୍ଟାର୍ ସଚିନ୍ ତେନ୍ଦୁଲକର

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଥିବା ଖବର ଶୁଣିବା ପରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମାନଙ୍କ ଭିତରେ କ୍ରିକେଟ୍ ସୁପରଷ୍ଟାର୍ ସଚିନ୍ ତେନ୍ଦୁଲକର ବି ଅଛନ୍ତି। ଶନିବାର ରାତିରେ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବା ଜାଣିବା ମାତ୍ରେ କ୍ରିକେଟ୍ ସୁପରଷ୍ଟାର୍ ସଚିନ୍ ତେନ୍ଦୁଲକର ଅମିତାଭ ବଚ୍ଚନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ସଚିନ ତେନ୍ଦୁଲକର ଏକ ଟୁଇଟ୍‌ରେ କହିଛନ୍ତି ‘ ଅମିତ ଜୀ, ଯତ୍ନ ନିଅନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।’
ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସ୍ବାବ୍‌ ନମୁନା ମଧ୍ୟ ପଜିଟିଭ୍ ଆସିଥିବା ଜଣାପଡ଼ଛି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ବଲିଉଡ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ଅମିତାଭଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।
ତେବେ ଅମିତାଭଙ୍କ ପରିବାରର ଅନ୍ୟ ସଦସ୍ୟା ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ବାବ୍‌ ନମୁନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କଠାରେ ହାଲୁକା କରୋନା ଲକ୍ଷଣ ଥିବା  ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର