ପାକ-ଅଧିକୃତ କଶ୍ମୀରରେ ପାକିସ୍ତାନ ବିରୋଧୀ ଆନ୍ଦୋଳନ, ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଅତ୍ୟାଚାର

ମୁଜାଫରାବାଦ : ଭାରତ ଅଧିନରେ ଥିବା ଜାମ୍ମୁ ଓ କଶ୍ମୀରକୁ ନେଇ ପାକିସ୍ତାନ ସବୁବେଳେ ମୁଣ୍ଡଖେଳାଉଥିବାବେଳେ ପାକିସ୍ତାନ ଅଧିନରେ ଥିବା କଶ୍ମୀରରେ ଲୋକମାନେ ପାକିସ୍ତାନ କବଳରୁ ମୁକ୍ତ ହେବା ପାଇଁ ଆନ୍ଦୋଳନକୁ ଦିନକୁ ଦିନ ବ୍ୟାପକ କଲେଣି । ଭାରତ ସରକାର କଶ୍ମୀର ଲୋକମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ପାକିସ୍ତାନ ସାରା ବିଶ୍ୱରେ ଡିଣ୍ଡିମ ପିଟୁଥିବାବେଳେ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ଆନ୍ଦୋଳନ କରୁଥିବା ଲୋକମାନଙ୍କ ଉପରେ ପାକିସ୍ତାନ ସେନା ଓ ପୁଲିସ ଅକଥନୀୟ ଅତ୍ୟାଚାର କରୁଛି ।

 

ମଙ୍ଗଳବାରଦିନ ପିଓକେର ରାଜଧାନୀ ମୁଜାଫରାବାଦରେ ଏକ ବଡ଼ ଧରଣର ଜନ ବିକ୍ଷୋଭ ଆୟୋଜିତ ହୋଇଥିଲା । ଏହାକୁ ଦବାଇବାକୁ ପାକିସ୍ତାନ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଛି । ପୁଲିସର ମାଡରେ ଅନେକ ଲୋକ ଆହତ ହୋଇଥିବା ଜଣେ ସ୍ଥାନୀୟ ସାମ୍ବାଦିକ ଅମିରୁଦ୍ଦିନ ମୁଗଲ କହିଛନ୍ତି । ଏହି ବିକ୍ଷୋଭ ନେଇ ସେ ଏକ ଭିଡିଓ ମଧ୍ୟ ନିଜ ଟ୍ଵିଟର ହାଣ୍ଡଲରେ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର