ନୂଆଦିଲ୍ଲୀ: ବ୍ରାଜିଲର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଷ୍ଟାର ଗୋସିକା କୟାନେ କିଛିଦିନ ତଳେ ଚେହେରାର ପ୍ଲାଷ୍ଟିକ ସର୍ଜରି କରିଥିଲେ। ଏହି ସର୍ଜରି ପରେ ତାଙ୍କୁ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି।
କାରଣ ସର୍ଜରି ପରେ ତାଙ୍କ ଚେହେରା ପ୍ରକୃତ ଚେହେରା ଠାରୁ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଯେଉଁ କାରଣରୁ ତାଙ୍କର ପାର୍ସପୋର୍ଟରେ ଥିବା ଫଟୋର ଚେହେରା ଓ ଏବେକାର ଚେହେରା ଖାପଖାଉ ନାହିଁ। ଏହି କାରଣରୁ କୟାନେ ନିକଟରେ ବ୍ରାଜିଲ ଫେରୁଥିବା ବେଳେ ବିମାନବନ୍ଦରରେ କର୍ମଚାରୀମାନେ ତାଙ୍କୁ ଅଟକାଇ ଦେଇଥିଲେ।
ଏହି ଘଟଣାକୁ ନେଇ ଗୋସିକା କୟାନେ କହିଛନ୍ତି, ‘ଆଜ୍ଞା ହିଁ ଏକଥା ସତ ଯେ ମୋର ଚେହେରା ସହିତ ପାସପୋର୍ଟରେ ଥିବା ଫଟୋ ମେଳ ନଖାଇବାରୁ ମୋତେ ବ୍ରାଜିଲ ଯିବା ସମୟରେ ବିମାନବନ୍ଦରରେ ଅଟକାଇ ଦେଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ମୋର ପୂର୍ବର ଫଟୋ, ପ୍ଲାଷ୍ଟିକ ସର୍ଜରି ସମୟର ଫଟୋ ଓ ବର୍ତ୍ତମାନ ଚେହେରାର ଫଟୋ ମୋ ଇନଷ୍ଟାଗ୍ରାମରେ ଥିଲା। ଯାହାକୁ ମୁଁ ପ୍ରମାଣ ଭାବେ ଦେଖାଇ ପାରିଲି କି ପାସପୋର୍ଟ ଯାହାର ଫଟୋ ଅଛି ସମାନ ବ୍ୟକ୍ତି ହେଉଛି ମୁଁ। ଏହାପରେ ବିମାନବନ୍ଦର କର୍ମଚାରୀମାନେ ମୋର କିଛି ଦସ୍ତାବିଜ ଯାଞ୍ଚ କରିବା ପରେ ଯିବାକୁ ଅନୁମତି ଦେଇଥିଲେ। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/1rvyOVZ6nLWbH09PBHhA.jpg)