ହାଇଦ୍ରାବାଦ: ଆଜିକାଲି ସମସ୍ତେ ବିବାହ ପୂର୍ବରୁ ପ୍ରି ୱେଡିଂ ସୁଟିଂ କରୁଛନ୍ତି | ନିଜ ବିବାହକୁ ସ୍ମରଣୀୟ ରଖିବା ପାଇଁ ବିବାହ ପୂର୍ବରୁ ଭିଡିଓ ସୁଟ୍ କରିବାର ଫ୍ୟାଶନ୍ ଚାଲିଛି | ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କିଛି ଦମ୍ପତି ଅଲଗା ଢଙ୍ଗରେ ସୁଟିଂ କରିବାକୁ ଚାଁହୁଛନ୍ତି | ତେବେ ବର୍ତ୍ତମାନ ଦୁଇ ଜଣ ପୁଲିସ କର୍ମଚାରୀ ଏମିତି ଏକ ପ୍ରି ୱେଡିଂ ସୁଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏବେ ହାଇଦ୍ରାବାଦ ପୁଲିସ ଦମ୍ପତିଙ୍କର ଏପରି ଏକ ପ୍ରି ୱେଡିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨ ମିନିଟର ଭିଡିଓରେ ଉଭୟ ଅଧିକାରୀ ଚଳଚ୍ଚିତ୍ରର ଦୃଶ୍ୟ ପରି ୟୁନିଫର୍ମ ପିନ୍ଧି ପୁଲିସ ଷ୍ଟେସନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି | ପୁଲିସ ବର୍ଦ୍ଦିରେ ସୁଟିଂ ପରେ ଉଭୟଙ୍କୁ ହାଇଦ୍ରାବାଦର ଚାରମିନାର ଏବଂ ଲାଡ ବଜାରରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି |
#Watch | Pre-wedding shoot of two #Hyderabad cops goes viral. pic.twitter.com/vDkudkYSGu
— Raviteja yadav (@CRavitejayadav) September 17, 2023
ତେବେ ଭିଡିଓ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ କ୍ରୋଧିତ ହୋଇଛନ୍ତି। ଲୋକମାନେ କହିଛନ୍ତି ଯେ ପୁଲିସ୍ ସେମାନଙ୍କର ବ୍ୟକ୍ତିଗତ ଭିଡିଓ ପାଇଁ ବର୍ଦ୍ଦି ସହ ପୁଲିସ ଗାଡି ବ୍ୟବହାର କରିବା ଉଚିତ୍ ନୁହେଁ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯଦି କୌଣସି ସାଧାରଣ ବ୍ୟକ୍ତି ଏପରି କ୍ଲିପ୍ ରେକର୍ଡ କରିବାକୁ ଚେଷ୍ଟା କରିଥାନ୍ତେ, ତେବେ ସେମାନେ ମୋବାଇଲ୍ ଫୋପାଡି ଦେଇଥାନ୍ତେ। କିନ୍ତୁ ପୁଲିସ ଅଧିକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସରକାରୀ ଯାନବାହାନ ସହ ୟୁନିଫର୍ମର ଅପବ୍ୟବହାର କରିପାରିବ କି?