ଅବତରଣ ବେଳେ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ବିମାନ: ୨୩ ଉଦ୍ଧାର, ବହୁ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ରବିବାର ଦିନ ତାଞ୍ଜାନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ପ୍ରେସିଜନ ଏୟାରର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରେସିଜନ ଏୟାର ହେଉଛି ତାଞ୍ଜାନିଆର ସର୍ବବୃହତ ଏୟାରଲାଇନ। ତେବେ ରବିବାର ଦିନ ତାଞ୍ଜାନିଆ ବ୍ରଡକାଷ୍ଟିଂ କର୍ପୋରେସନ୍ (ଟିବିସି) କହିଛି ଯେ, ବୁକୋବା ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା। ଦୁର୍ଘଟଣାକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନାହିଁ। ବିମାନରେ ୪୯ଜଣ ଯାତ୍ରୀ ଥିବା ବେଳେ ଏପର୍ଯ୍ୟନ୍ତ ୨୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବିବିସି ନିଉଜ୍ ଆଫ୍ରିକା ରିପୋର୍ଟ କରିଥିବା ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ତେବେ ଏପର୍ଯ୍ୟନ୍ତ କେତେଜଣଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାରିନାହିଁ।

ସୂଚନା ମୁତାବକ, ବିମାନଟି ମୱାନ୍ଜାରୁ ବୁକୋବା ବିମାନବନ୍ଦରକୁ ଆସୁଥିଲା। ବୁକୋବା ବିମାନବନ୍ଦରରେ ଅବତରଣ ବେଳେ ପାଖରେ ଥିବା ଆଫ୍ରିକାର ବୃହତ୍ତମ ହ୍ରଦ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଏବେ ଉଦ୍ଧାର କାମ ଆରମ୍ଭ ହୋଇଛି। ବିମାନରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

ସମ୍ବନ୍ଧିତ ଖବର