ଗର୍ଭବତୀ ହାତୀ ମୃତ୍ୟୁ ମାମଲା: ୧୩ ରାଜ୍ୟକୁ ସୁପ୍ରିମ କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: କେରଳ ମଲ୍ଲପୁର ଜିଲ୍ଲାର ଏକ ଗାଁରେ ଗର୍ଭବତୀ ହାତୀକୁ ନିର୍ମମ ହତା ମାମଲାରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର, କେରଳ ସହିତ ୧୩ଟି ରାଜ୍ୟକୁ ଶୁକ୍ରବାର ନୋଟିସ୍‌ ପଠାଇଛନ୍ତି। ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ, ସୁଭାଷ ରେଡ୍ଡି, ବି ଆର୍‌ ଗବଈଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଭମ୍‌ ଅଗସ୍ତିଙ୍କ ଆବେଦନର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରିଥିଲେ। ଖଣ୍ଡପୀଠ ୧୩ ପ୍ରତିବାଦୀଙ୍କୁ ଜବାବ ତଲବ କରିଛନ୍ତି। ପ୍ରତିବାଦୀ ରାଜ୍ୟଗୁଡ଼କ ହେଲେ କେରଳ, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାରଖଣ୍ଡ, କର୍ଣ୍ଣାଟକ, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ।

ଏହି ମାମଲାର ତଦନ୍ତ ସିବିଆଇ କିମ୍ବା ଏସ୍‌ଆଇଟିକୁ ହସ୍ତାନ୍ତର କରିବାକୁ ମାମଲା ପରିଚାଳନା କରୁଥିବା ଆଡଭୋ‌କେଟ୍‌ ବିବେକ ନାରାୟଣ ଶର୍ମା କୋର୍ଟକୁ ଅନୁରୋଧ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଗର୍ଭବତୀ ହାତୀଟିକୁ ସପୁରୀ ଭିତରେ ବାଣ ପୂରାଇ ଖାଇବାକୁ ଦେଇ ଯେଭଳି ନିର୍ଦ୍ଦୟ ଭାବେ ହତ୍ୟା କରାଗଲା, ତାହା ଅତ୍ୟନ୍ତ ଭୟାନକ, ଦୁଃଖଦ, ନିଷ୍ଠୁର ତଥା ଅମାନବୀୟ କାର୍ଯ୍ୟ। ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଗଲେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ।

ସମ୍ବନ୍ଧିତ ଖବର