ସାବତ ଝିଅକୁ ବାକ୍ସ ଭିତରେ ପୂରାଇ ତାଲା ପକାଇଥିଲେ ଗର୍ଭବତୀ ଥିବା ମହିଳା, ସତ ବାହାରକଲା ପୁଲିସ୍‌

ମୁଜାଫର୍‌ନଗର: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚେ‌ାରି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଘଟୁଛି ଶହ ଶହ ଅପରାଧ। ଉତ୍ତରପ୍ରଦେଶର ମୁଜାଫର୍‌ନଗରରୁ ରିପୋର୍ଟ ହୋଇଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜର ସାବତ ଝିଅକୁ ଏକ ବାକ୍ସ ଭିତରେ ପୂରାଇ ତାଲା ପକାଇ ତାଙ୍କ ଜୀବନ ନେବାର ଉଦ୍ୟମ କରିଥିଲେ।

ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୦୭ ଅଧୀନରେ ମହିଳାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅଭିଯୁକ୍ତା ମହିଳା ଜଣକ ଗର୍ଭବତୀ। ଏଯାବତ୍‌ ତାଙ୍କୁ ଗିରଫ କରାଯାଇ ନାହିଁ।

ପୀଡ଼ିତା ସାବତ ଝିଅର ନାଁ ରାଧିକା। ସେ ସୋମବାର ଦିନ ସଂଧ୍ୟାରୁ ନିଖୋଜ ଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବି ରାଧିକାକୁ ପାଇନଥିଲେ। ପୁଲିସ୍‌ ଏ ସଂପର୍କରେ ସୂଚନା ପାଇ ଆସି ଖୋଜାଖୋଜି ଆରମ୍ଭ କରିଥିଲା। ପୁଲିସ୍‌ ଖୋଜିବାରୁ ଏକ ତାଲା ପଡ଼ିଥିବା ବାକ୍ସ ଭିତରୁ ପୀଡ଼ିତା ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା।

ଡେପୁଟି ସୁପର୍‌ଇନ୍‌ଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ୍‌ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ‘ପୀଡ଼ିତାଟି ତା ବୟାନ ଦେଇ କହିଛି ଯେ ତା’ର ସାବତ ମାଆ ତାକୁ ବାକ୍ସ ଭିତ‌ରେ ପୂରାଇ ତା‌ଲା ପକାଇ ଦେଇଥିଲେ।

ଆପଣଙ୍କ ସୂଚନ‌ା ସକାଶେ ଜଣାଇ ଦେଉଛୁ ଯେ ରାଧିକାଙ୍କ ମାଆଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କ ବାପା ସୋନୁ ଶର୍ମା ଶିଳ୍ପୀ ନାମକ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ।

ସମ୍ବନ୍ଧିତ ଖବର