ଦୁଷ୍କର୍ମ ପୀଡ଼ିତା କହିଲେ, ‘୫ମାସର ଅନ୍ତସତ୍ତ୍ବା କିନ୍ତୁ ପିଲା କାହାର ମୁଁ ଜାଣେ ନାହିଁ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଦୁଷ୍କର୍ମ ପୀଡିତା ଓ ତାଙ୍କ ପରିବାର ୪ଦିନ ହେବ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେମାନଙ୍କ କଥା କେହି ହେଲେ ଶୁଣୁ ନଥିବା ଅଭିଯୋଗ କରିଛନ୍ତି।

ପୀଡ଼ିତା କହନ୍ତି, ମୁଁ ୫ମାସର ଅନ୍ତସତ୍ତ୍ବା କିନ୍ତୁ ଏ ପିଲାର ବାପା କିଏ ତାହା ମୁଁ ଜାଣିନାହିଁ। ପୁଲିସକୁ ସାହାଯ୍ୟ ପାଇଁ ଗୁହାରି କରୁଥିଲେ ହେଁ କେହି ମୋ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ମୋତେ ୬ମାସ ତଳେ ହଠାତ ସୁଶୀଳା, ଇସରାଇଲ ଓ କପିଲ ତିନିଜଣ ଯୁବକ ଅପହରଣ କରି ନେଇ ଯାଇଥିଲେ।

रेप पीड़‍िता ने कहा- मैं 5 महीने की प्रेग्नेंट हूं लेक‍िन नहीं पता क‍ि बच्चा किसका

୪ଦିନ ପର୍ଯ୍ୟନ୍ତ ମୋ ସହିତ ଦୁଷ୍କର୍ମ କରିଥିଲେ। ଏହିସହିତ ଦୁଷ୍କର୍ମର ଭିଡିଓ ବି କରିଥିଲେ। ଏହି ଘଟଣା ବିଷୟରେ ଯଦି ମୁଁ କାହାରିକୁ ଜଣାଏ ସେମାନେ ମୋତେ ଓ ମୋ ପରିବାରକୁ ମାରି ଦେବାକୁ ଧମକ ବି ଦେଇଥିଲେ। ସୁଯୋଗ ଦେଖି ମୁଁ ସେଠାରୁ ଖସି ଆସି ଘରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲି। ଏବେ କ’ଣ ହେବ ଜଣା ନାହିଁ। ଦୁଷ୍କର୍ମକାରୀ ବାରମ୍ବାର ଅଭିଯୋଗ ଫେରାଇ ନେବାକୁ ଧମକ ଦେଇ ଆସୁଛନ୍ତି।

ପୀଡିତା ଦୁଷ୍କର୍ମକାରୀଙ୍କ ବିରୋଧରେ ହସନପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ ତାଙ୍କ କଥା କେହି ଶୁଣି ନଥିଲେ। ଏହାପରେ ସେ ଅମରୋହାରେ ଅଭିଯୋଗ କଲେ ଏଠାରେ ବି ତାଙ୍କ ଅଭିଯୋଗ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।

ସମ୍ବନ୍ଧିତ ଖବର