ଲକ୍‌ଡାଉନ୍‌ରେ ଚାଲିଚାଲି ଘରକୁ ଫେରୁଥିଲା ବେଳେ ରାସ୍ତାପାର୍ଶ୍ୱରେ ଟାଣ ଖରାରେ ଶିଶୁକୁ ଜନ୍ମ ଦେଲେ ମହିଳା

ଭୋପାଳ: ମଧ୍ୟପ୍ରଦେଶର ବଡ଼ଓ୍ଵାନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଲକ୍‌ଡାଉନ୍‌ ସମୟରେ ରାସ୍ତାରେ ଚାଲିଚାଲି ଆସୁଥିବା ଜଣେ ଅନ୍ତସତ୍ତ୍ୱା ମହିଳା ଟାଣ ଖରାରେ ତତଳା ରାସ୍ତା ଉପରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ସନ୍ତାନ ପ୍ରସବ କରିବାର ଦୁଇଘଣ୍ଟା ପରେ ନବଜାତକୁ କୋଳରେ ଧରି ପୁଣିଥରେ ନିଜ ଗାଁ ଅଭିମୁଖେ ଚାଲିବା ଆରମ୍ଭ କରିଥିଲେ।

सड़क पर डिलीवरी और फिर बच्चे को उठाकर पैदल चल पड़ी मजदूर मां
https://aajtak.intoday.in/

ଲକ୍‌ଡାଉନ୍‌ ସମୟରେ ନାସିକରୁ ୩୦କିମି ପାଦରେ ଚାଲିଚାଲି ଆସୁଥିବା ଦୁଇ ଜଣ ଶ୍ରମିକଙ୍କ ପତ୍ନୀ ଅନ୍ତସତ୍ତ୍ୱା ଥିଲେ। ଦୁଇ ଶ୍ରମିକଙ୍କ ପତ୍ନୀଙ୍କ ମଧ୍ୟରୁ ଶକୁନ୍ତଳା ମହାରାଷ୍ଟ୍ରର ପିପରି ଗ୍ରାମ ରାସ୍ତାରେ ଶିଶୁକୁ ଶାଢ଼ି ଆଢ଼ୁଆଳରେ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳା ହସ୍‌ପିଟାଲ୍‌ ନଯାଇ ଶିଶୁ ଓ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନକରି ଭୋକ ଉପବାସରେ ନିଜର ନବଜାତକକୁ ଧରି ପୁଣି ଚାଲିବା ଆରମ୍ଭ କରିଥିଲେ। ଏହି ପରିବାର ଚାଲିଚାଲି ରବିବାର ମଧ୍ୟପ୍ରଦେଶର ସନ୍ଧେବା ଗ୍ରାମରେ ପହଞ୍ଚିଲେ। ଏହି ଦମ୍ପତ୍ତିଙ୍କ ସହ ଚାଲୁଥିବା ଅନ୍ୟ ଜଣେ ଶ୍ରମିକଙ୍କ ପତ୍ନୀ ୮ମାସର ଅନ୍ତସତ୍ତ୍ବା ରହିଥିଲେ। ସେ ବି ଏଭଳି ଟାଣ ଖରାରେ ଥକି ଗଲେ ମଧ୍ୟ ସେମିତି ରାସ୍ତାରେ ନିଜର ଯାତ୍ରା ଜାରି ରଖିଥିଲେ। ଚାଲିଚାଲି ଶେଷରେ ସେମାନେ ସନ୍ଧେଓ୍ଵାରେ ପହଞ୍ଚି ଯାଇଥିଲେ। ମଧ୍ୟପ୍ରଦେଶ-ମହାରାଷ୍ଟ୍ର ସୀମାରେ ଥାନା ଅଧିକାରୀଙ୍କ ନଜର ଏମାନଙ୍କ ଉପରେ ପଡ଼ିଥିଲା। ଏହି ଶ୍ରମିକମାନଙ୍କ ସହ ଆଲୋଚନା କରିବା ପରେ ସମସ୍ତ କଥା ବୁଝିବା ପରେ ସେ ଏହି ଦୁଇ ଶ୍ରମିକଙ୍କ ପରିବାରକୁ ସଙ୍ଗରୋଧରେ ରଖି ଦେଇଥିଲେ। ପରେ ଦୁଇ ମହିଳାଙ୍କୁ ସନ୍ଧେଓ୍ଵା ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା କରାଇଥିଲେ।

सड़क पर डिलीवरी और फिर बच्चे को उठाकर पैदल चल पड़ी मजदूर मां
aajtak.intoday.in

ମହିଳାଙ୍କ ସ୍ୱାମୀ ରାକେଶଙ୍କ କହିବାନୁସାରେ, ସେ ନାସିକ୍‌ଠାରୁ ୩୦କିମି ଦୂରରେ ରହନ୍ତି। ସେ ସେଠାରୁ ସତନା ଜିଲ୍ଲାକୁ ଚାଲିଚାଲି ଯାଉଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଓ ପିଲା ବି ଥିଲେ। ସେଠାରୁ ଚାଲିଚାଲି ଆସିବା ବାଟରେ ପିପରି ଗ୍ରାମ ନିକଟରେ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଉପାୟ ନପାଇ ସେ ରାସ୍ତାପାର୍ଶ୍ୱରେ ପ୍ରସବ କରିବା ପାଇଁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର