ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଗର୍ଭବତୀ ମହିଳା ଗୁରୁବାର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନ୍ରେ ଏକ ପିଲାକୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଯନ୍ତ୍ରଣା ହେବା ପରେ ତାଙ୍କୁ ସହାଯ୍ୟ କରିବାକୁ ଧାଇଁ ଆସିଥିଲେ ସିଆଇଏସ୍ଫ୍ର ଜଣେ ମହିଳା କନ୍ଷ୍ଟେବଳ ଓ ଆଉ କିଛି ମହିଳା ଯାତ୍ରୀ। ପ୍ରସୂତୀ ଜଣକ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଫ୍ଲାଟ୍ଫର୍ମରେ ଅପେକ୍ଷା କରିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି।
ପ୍ରସୂତୀ ୩ ନମ୍ବର ପ୍ଲାଟ୍ଫର୍ମରେ ଅପେକ୍ଷା କରିଥିବା ବେଳେ ଅଚାନକ ତାଙ୍କର ଗର୍ଭକାଳୀ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ସେହି ସମୟରେ ସେଠାରେ ଉପସ୍ଥିିତ ଥିବା ସିଫ୍ଟ-ଇନ୍-ଚାର୍ଜ ସିଆଇଏସ୍ଫ୍ର ମହିଳା କନ୍ଷ୍ଟେବଳଙ୍କୁ ସେଠାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍ଷ୍ଟେବଳ ଅନାମିକା କୁମାରୀ ତୁରନ୍ତ ସେଠାରେ ପହଞ୍ଚି ମହିଳାଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କରିଥିଲେ।
Prompt response and needful assistance by #CISF personnel helped a lady with labour pain to undergo an emergency delivery @ Anand Vihar ISBT, Metro Station. The mother along with newborn baby shifted to Hospital.#PROTECTIONandSECURITY with #HUMANITY@HMOIndia@MinistryWCDpic.twitter.com/J3JfcJgS4O
— CISF (@CISFHQrs) April 7, 2022
ଏ ନେଇ ସିଆଇଏସ୍ଫ୍ ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି। ଟ୍ବିଟ୍ରେ ଲେଖାଯାଇଛି ଯେ ଜଣେ ମହିଳାଙ୍କର ଗର୍ଭକାଳୀନ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିବା ବେଳେ ସିଆଇଏସ୍ଫ୍ କର୍ମୀଙ୍କର ସହାଯ୍ୟ ତାଙ୍କୁ ପିଲା ଜନ୍ମ କରାଇବାରେ ସହଯୋଗ କରିଛି। ପିଲାଟି ଜନ୍ମ ହେବା ପରେ ନବଜାତକକୁ ତୁରନ୍ତ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ପଠାଯାଇଛି।
ଏହି ଘଟଣା ପରେ ଉଭୟ ମହିଳା ଓ ତାଙ୍କ ସ୍ବାମୀ ସିଆଇଏସ୍ଫ୍ କର୍ମଚାରୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି।