୫ ହଜାର ଟଙ୍କା ନ ଦେବାରୁ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରାଇଲା ନାହିଁ ସରକାରୀ ଡାକ୍ତରଖାନା

ଦାମୋହ୍‌: ୫୦୦୦ ଟଙ୍କା ନ ଦେବାରୁ ମଙ୍ଗଳବାର ରାତିରେ ମଧ୍ୟ ପ୍ରଦେଶର ଦାମୋହ୍‌ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରାଇବାକୁ ମନା କରି ଦେଲା ଏକ ସରକାରୀ ଡାକ୍ତରଖାନା।

ଗର୍ଭବତୀଙ୍କ ସ୍ୱାମୀ ବ୍ରଜେଶ ରେକ୍‌ଓ୍ଵାର୍‌ କହନ୍ତି: ସ୍ତ୍ରୀର ପ୍ରସବ ଲାଗି ମୁଁ ସପରିବାର ଏଠାକୁ ଆସିଥିଲି। କିନ୍ତୁ, ଡାକ୍ତରଖାନାର ନର୍ସ କହିଲେ ଯେ ୫୦୦୦ ଟଙ୍କା ଜମା କର ନଚେତ ସେମାନେ କିଛି କରିବେ ନାହିଁ।

ଏ ଭଳି ଅଭିଯୋଗକୁ ଡାକ୍ତରଖାନା କର୍ମଚାରୀମାନେ ଅସ୍ୱୀକାର କରିଛନ୍ତି, କିନ୍ତୁ ସେ ଅଞ୍ଚଳର ଏସ୍‌ଡିଏମ୍‌ ନାରାୟଣ ସିଂହ କହି ଛନ୍ତି ଯେ ଡାକ୍ତରଖାନାର କର୍ମଚାରୀମାନେ ଟଙ୍କା ଦାବି କରିଥିବା କଥା ପୀଡ଼ିତାଙ୍କ ସମ୍ପର୍କୀୟମାନେ କହି ଛନ୍ତି। ଏ ଘଟନାରେ ତଦନ୍ତାଦେଶ ଦିଆ ଯାଇଛି ଏବଂ ଠିକଣା ପଦକ୍ଷେପ ନିଆଯିବ।

ସିଂହ କହିଛନ୍ତି ଯେ ପରେ ସେ ମହିଳାଙ୍କ ଚିକିତ୍ସା ନିମନ୍ତେ ଅନ୍ୟ ଏକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି।

କିଛି ଦିନ ତଳେ ଅନ୍ୟ ଏକ ଏମିତିକା ଘଟନାରେ ଜଣେ ମହିଳାଙ୍କୁ ଡାକ୍ତରଖାନା ଆଡ୍‌ମିସନ୍‌ କରାଇବାକୁ ମନା କରିବାରୁ ସେ ରାସ୍ତାରେ ପ୍ରସବ କରିଥିଲେ।

ସମ୍ବନ୍ଧିତ ଖବର