ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକା ୪ ମାସର ଗର୍ଭବତୀ ଥିବା ୩୭ ବର୍ଷ ବୟସ୍କା ମହିଳା ଶେଷରେ ଅନୋନ୍ୟପାୟ ହୋଇ ଅଶ୍ଲୀଳ ଭିଡିଓ ଦେଖିବାରେ ଆସକ୍ତ ଥିବା ନିଜ ସ୍ୱାମୀକୁ ଛାଡ଼ି ବାପଘରକୁ ପଳାଇ ଯିବାକୁ ବାଧ୍ୟ ହୋଇଛି। ଅନ୍ୟ ପକ୍ଷରେ ସଂପୃକ୍ତ ବ୍ୟକ୍ତି ଜଣକ ଥାନାକୁ ଯାଇ ତା’ର ଗର୍ଭବତୀ ପତ୍ନୀ ଅନ୍ୟ ଜଣେ ପୁରୁଷ ସହ ଶାରିରୀକ ସ୍ଥାପନ କରିବା ସହ ସେହି ସମୟର ଦୃଶ୍ୟକୁ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ କରିଛି ବୋଲି ପାଲଟା ଅଭିଯୋଗ କରିଛି। ତେବେ, ଏହି ଅଭିଯୋଗ ଉପରେ ବେଙ୍ଗାଲୁରୁ ସାଇବର ପୁଲିସ୍‌ ତଦନ୍ତ କରି ସ୍ୱାମୀର ଅଭିଯୋଗରେ ସତ୍ୟତା ନଥିବା ଏବଂ ଅଶ୍ଳୀଳ ଭିଡିଓରେ ଦୃଶ୍ୟମାନ ହେଉଥିବା ମହିଳା ଜଣକ ତା’ର ପତ୍ନୀ ନୁହେଁ ବୋଲି କହିଲେ ସୁଦ୍ଧା ବ୍ୟକ୍ତି ଜଣକ ପୁଲିସ୍‌ କଥା ମାନବାକୁ ନାରଜ। ଏ ପରିସ୍ଥିତିରେ ଏହି ଘଟଣା ଏବେ ପୁଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

publive-image

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୂର୍ବ ବେଙ୍ଗାଲୁରୁରେ ରହୁଥିବା ବ୍ୟକ୍ତି ଜଣକ ଏକ ଇ-କମର୍ସ ପୋର୍ଟାଲରେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲା। ସେ ଗତ ୬ ବର୍ଷ ତଳୁ ଆନ୍ଧ୍ରପ୍ରଦେଶର ସଂପୃକ୍ତା ମହିଳାଙ୍କୁ ବିବାହ କରିଥିଲା। ସେମାନଙ୍କର ପୂର୍ବରୁ ଗୋଟିଏ ସନ୍ତାନ ରହିଥବା ବେଳେ ମହିଳା ଜଣକ ଦ୍ୱିତୀୟ ଥର ପାଇଁ ୪ ମାସର ଗର୍ଭବତୀ ଅଛନ୍ତି। ତେବେ, ଏହି ବ୍ୟକ୍ତି ଜଣକ ନିଜ ମୋବାଇଲ ଫୋନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବାରେ ଆସକ୍ତ ହୋଇ ପଡ଼ିଥିଲା। ଦିନେ ସେ ହଠାତ୍‌ ଏକ ଅଶ୍ଳୀଳ ଭିଡିଓ ଦେଖୁଦେଖୁ ସେଥିରେ ଯେଉଁ ମହିଳାଙ୍କୁ ଦେଖିବାକୁ ପାଇଲା ସେଥିରେ ତାଙ୍କର ତା’ ସ୍ତ୍ରୀ ସହ କିଛିଟା ସାମଞ୍ଜସ୍ୟ ଥିବା ଦେଖିବାକୁ ପାଇଲା। ସେ ଭାବିଲା ତା’ ସ୍ତ୍ରୀ ପର ପୁରୁଷ ସହ ଶାରିରୀକ ସଂପର୍କ ରଖୁଛି ଏବଂ ସେଇ ଭିଡିଓକୁ ଇଣ୍ଟନେଟ୍‌ରେ ଅପ୍‌ଲୋଡ୍‌ କରୁଛି ଭାବି ତା’ ଉପରେ ମାରଧର ଆରମ୍ଭ କରିବା କରିଦେଲା। ସ୍ତ୍ରୀ ଯେତେ ସଫେଇ ଦେଲେ ସୁଦ୍ଧା କୌଣସି କଥା ନଶୁଣି ତା’ ସ୍ତ୍ରୀ ଉପରେ ନିର୍ଯାତନା ଜାରି ରଖିଲା।

ପରେ କଥା ଯାଇ ପହଞ୍ଚିଲା ଥାନାରେ। ବେଙ୍ଗାଲୁରୁ ସାଇବର ପୁଲିସ୍‌ ଘଟଣାର ତଦନ୍ତ କରି ସ୍ୱାମୀର ଅଭିଯୋଗରେ ସତ୍ୟତା ନଥିବା ଏବଂ ଅଶ୍ଳୀଳ ଭିଡିଓରେ ଦୃଶ୍ୟମାନ ହେଉଥିବା ମହିଳା ଜଣକ ତା’ର ପତ୍ନୀ ନୁହେଁ ବୋଲି କହିଲେ ସୁଦ୍ଧା ବ୍ୟକ୍ତି ଜଣକ ପୁଲିସ୍‌ କଥାକୁ ବିଶ୍ୱାସ ନକରି ପତ୍ନୀ ଉପରେ ଅତ୍ୟାଚାର ଜାରି ରଖିବାରୁ ଶେଷରେ ପତ୍ନୀ ଜଣକ ଏବେ ନିଜ ବାପ ଘରକୁ ପଳାଇ ଯାଇଥିବା ପୁଲିସ୍‌ କହିବା ସହ ବ୍ୟକ୍ତି ଜଣଙ୍କର ମାନସିକ ଚିକିତ୍ସାର ଆବଶ୍ୟକତା ରହିଥିବା କହିଛି।