କରୋନା ସଂକ୍ରମଣ ପାଇଁ ଘରୁ କାମ କରିବେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଏବେ ସଂକ୍ରମଣ ଉପରମୁହାଁ ହୋଇଛି। ଦେଶରେ ଆଜି ୧,୫୯,୬୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲିଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୨୮,୦୦୪ରେ ପହଞ୍ଚିଛି। ଏହାକୁ ଆଖି ଆଗରେ ରଖି ଏବେ କେନ୍ଦ୍ର ସରକାର ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ‌ା ପରେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ଏବଂ ଦିବ୍ୟାଙ୍ଗ କର୍ମଚାରୀମାନେ ଘରୁ କାମ କରିବେ। ଏହା ସହ କଣ୍ଟେନମେଣ୍ଟ ଜୋନରେ ରହୁଥିବା କର୍ମଚାରୀମାନେ ମଧ୍ୟ ଅଫିସ ଆସିପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ ମୁକ୍ତ ହେବା ପରେ ହିଁ କର୍ମଚାରୀ ଅଫିସ ଆସି କାମ କରିପାରିବେ। ଏହା ସହ ସଚିବଙ୍କ ଅଧୀନରେ ଥିବା ୫୦% ସରକାରୀ କର୍ମଚାରୀଙ୍କ ଘରେ କାମ କରିବା ସହ ୫୦% ଅଫିସରେ ଆସି କାମ କରିବେ। କରୋନା ସଂକ୍ରମଣ କମ ହେବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

ସମ୍ବନ୍ଧିତ ଖବର