ଚଣ୍ଡିଗଡ଼ : ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଦଳର ମାଲିକାନାକୁ ନେଇ ବିବାଦ ଦେଖାଦେଇଛି । ଏହି ଫ୍ରାଞ୍ଚାଇଜିର ଅନ୍ୟତମ ମାଲିକାଣୀ ଏ ନେଇ ପ୍ରୀତି ଜିଣ୍ଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସହମାଲିକ ମୋହିନ ବର୍ମନଙ୍କ ବିରୋଧରେ ପ୍ରୀତି ଜିଣ୍ଟା କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।
ବାସ୍ତବରେ ପଞ୍ଜାବ କିଙ୍ଗ୍ସର ସହମାଲିକ ମୋହିନ ବର୍ମନ ତାଙ୍କ ଅଂଶର କିଛି ଅଂଶ ବିକ୍ରି କରିବାକୁ ଚାହୁଁଛନ୍ତି। କିନ୍ତୁ ପ୍ରୀତି ଜିଣ୍ଟା ଏଥିରେ ସହମତ ନୁହଁନ୍ତି। ଏନେଇ ପ୍ରୀତି ଜିଣ୍ଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିନେତ୍ରୀ ମଧ୍ୟସ୍ଥତା ଏବଂ ବୁଝାମଣା ଆଇନ, ୧୯୯୬ର ଧାରା ୯ ଅନୁଯାୟୀ ଅଦାଲତଙ୍କୁ ଅନ୍ତରୀଣ ପଦକ୍ଷେପ ଏବଂ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି।
କେପିଏଚ୍ କ୍ରିକେଟ ପ୍ରାଇଭେଟ୍ ଲିମିଟେଡରେ ମୋହିନ୍ ବର୍ମାନଙ୍କର ସର୍ବାଧିକ ୪୮ ପ୍ରତିଶତ ଅଂଶଧନ ରହିଛି। ସେହିପରି ପ୍ରୀତି ଜିଣ୍ଟା ଓ ନେସ୍ ୱାଡିଆଙ୍କ ପାଖରେ ୨୩ରୁ ୨୩ ପ୍ରତିଶତ ଅଂଶଧନ ରହିଛି। ବାକି ସେୟାର କରଣ ପଲ୍ ଙ୍କ ପାଖରେ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ବର୍ମନ ନିଜର କିଛି ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି। ଯାହାକୁ ପ୍ରୀତି ଜିଣ୍ଟା ବିରୋଧ କରୁଛନ୍ତି। ଏ ନେଇ ପ୍ରୀତି ଜିଣ୍ଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ରେ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-17-at-20.42.15.jpeg)