ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତମାଙ୍ଗ, ପ୍ରଥମ ଦିନରେ ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଗ୍ୟାଙ୍ଗଟକ : ପ୍ରେମ ସିଂ ତମାଙ୍ଗ (ପିଏସ ଗୋଲେ) ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟରେ ରହିଛି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତାହକୁ ୨ ଦିନ ଅର୍ଥାତ ଶନିବାର ଓ ରବିବାର ଛୁଟି ଘୋଷଣା କରାଯାଇଛି । ଅର୍ଥାତ ସେମାନେ ସପ୍ତାହର ୫ ଦିନ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସରକାରୀ କାମ କରିବେ । ଏହା ସହିତ ସେ ଆଉ ଏକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଧାୟକମାନଙ୍କ ପାଇଁ ଦାମୀ ଫର୍ଚୁନର ଗାଡ଼ି ବଦଳରେ ସ୍କରପିଓ ଗାଡ଼ି ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରଙ୍କ ବ୍ୟୟ କମହେବ ବୋଲି ସେ ଆଶା କରୁଛନ୍ତି । ନିର୍ବାଚନ ପ୍ରଚାର ବେଳେ ସେ ଏହି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ଦଳ ଏସକେଏମ ଦଳ ୩୨ଟୁ ୧୭ ଆସନରେ ବିଜୟୀ ହୋଇଥିଲା ।

ସମ୍ବନ୍ଧିତ ଖବର