ଗାଙ୍ଗଟକ: ସିକିମ ବିଧାନସଭା ନିର୍ବାଚନରେ ଶାସକ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ବିଜୟ ହାସଲ କରିଛି। ଫଳରେ ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।

Advertisment

ଏସକେଏମ ୩୨ ଟି ସିଟ୍ ମଧ୍ୟରୁ ୩୧ଟି ଜିତିଛି ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡ଼ିଏଫ) ଗୋଟିଏ ଆସନରେ ବିଜୟୀ ହୋଇଛି। ବିଜେପି ଏସକେଏମ୍ ସହ ମିଳିତ ଭାବେ ୨୦୧୯ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ବେଳେ ଚଳିତ ଥର କୌଣସି ଆସନରେ ଦଳ ବିଜୟୀ ହୋଇନାହିଁ। ସରକାର ଗଠନ ପାଇଁ ୩୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୬ ଆସନ ଆବଶ୍ୟକ ଥିବା ବେଳେ ଏସକେଏମ ୩୧ ଆସନରେ ବିଜୟ ହାସଲ କରିଛି।

୪ ଫେବୃଆରୀ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (ଏସକେଏମ) ଗଠନ କରାଯାଇଥିଲା | ଭାରତୀ ଶର୍ମା ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏସକେଏମ ଗଠନରେ ପ୍ରେମ ସିଂ ତମାଙ୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରେମ ସିଂ ତମାଙ୍ଗ ପୂର୍ବରୁ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ରେ ଥିଲେ। ତେବେ, ୨୦୦୯ରେ, ପୂର୍ବତନ ସିଏମ୍ ପୱନ କୁମାର ଚାମଲିଙ୍ଗଙ୍କ ସହ ମତଭେଦ ହୋଇଥିଲା। ୨୦୧୯ରେ ପ୍ରେମ ସିଂ ତମାଙ୍ଗ ସିକ୍କିମର ମୁଖ୍ୟମନ୍ତ୍ରୀ ହୋଇଥିଲେ।