ନୂଆଦିଲ୍ଲୀ: ସନ୍ଥ ପ୍ରେମାନନ୍ଦ ମହାରାଜ ତାଙ୍କର ଧାର୍ମିକ ପ୍ରବଚନ ଏବଂ କାହାଣୀ ପାଇଁ ବେଶ ଜଣାଶୁଣା, କିନ୍ତୁ କିଛିଦିନ ହେବ ସେ ତାଙ୍କର ବିବାଦୀୟ ବୟାନ ପାଇଁ ସମାଲୋଚନା ପରିସକୁ ଆସିଛନ୍ତି। 

Advertisment

ସନ୍ଥ ପ୍ରେମାନନ୍ଦ ମହାରାଜ ତାଙ୍କ ବିବୃତ୍ତିରେ କହିଛନ୍ତି, "ଯେତେବେଳେ ଜଣେ ମହିଳା ଚାରି ଜଣ ପୁରୁଷଙ୍କୁ ଭେଟିବାରେ ଅଭ୍ୟସ୍ତ ହୋଇଯାଆନ୍ତି, ସେତେବେଳେ ସେ ଗୋଟିଏ ସ୍ୱାମୀକୁ ଗ୍ରହଣ କରିପାରିବେ ନାହିଁ। 

ସେହିପରି, ଯେତେବେଳେ ଜଣେ ପୁରୁଷ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖନ୍ତି, ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟି ହୋଇ ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ।୧୦୦ ଜଣଙ୍କ ମଧ୍ୟରୁ କେବଳ ଦୁଇ-ଚାରି ଝିଅ/ପୁଅ ଥିବେ ଯେଉଁମାନେ ସେମାନଙ୍କର ଜୀବନରେ ଜଣେ ପୁରୁଷ/ନାରୀ ପ୍ରତି ସମର୍ପିତ ରହିଥାଆନ୍ତି। 

ଯଦି ଆମେ ସମାଜକୁ ସଂସ୍କାର ଦିଗରେ ନେବାକୁ ଚାହିଁବା ତେବେ ଆମକୁ କଟୁ କଥା କହିବାକୁ ପଡିବ। ଯେଉଁ ପିଲାମାନେ ମୋ ପାଖକୁ କାହାଣୀ ଶୁଣିବାକୁ ଆସନ୍ତି, ସେମାନେ ସଂସ୍କାରର ଉଦ୍ଦେଶ୍ୟ ନେଇ ଆସନ୍ତି, ସେଥିପାଇଁ ଆମେ ସେମାନଙ୍କୁ ପ୍ରେମିକା ଏବଂ ପ୍ରେମିକ ତିଆରି ବନ୍ଦ କରିବାକୁ କହୁଛୁ।"

ମହାରାଜ ପୁଅ ଓ ଝିଅଙ୍କୁ ନେଇ ଦେଇଥିବା ଏଭଳି ବୟାନ ପରେ ସୋସିଆଲ ମିଡିଆ ସମେତ ଅନେକ ସାମାଜିକ ସଂଗଠନର ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକମାନେ ଏହାକୁ ମହିଳା ଓ ପୁରୁଷଙ୍କ ପ୍ରତି ଅପମାନ ବୋଲି ବିଚାର କରୁଛନ୍ତି ଏବଂ ପ୍ରେମାନନ୍ଦ ମହାରାଜଙ୍କଠାରୁ କ୍ଷମା ମାଗିବାକୁ ଦାବି କରୁଛନ୍ତି।

କିଛିଦିନ ତଳେ ପ୍ରେମାନନ୍ଦ ମହାରାଜ ଦେଇଥିବା ଏକ ବୟାନ ଉପରେ ନିଜର ପତିକ୍ରିୟା ଦେଇ ଗତକାଲି କହିଥିଲେ, "ଯେଉଁମାନେ ଖରାପ ବ୍ୟବହାର କରୁଛନ୍ତି, ଯଦି ତୁମେ ସେମାନଙ୍କୁ ସଠିକ୍ ପରାମର୍ଶ ଦିଅ, ସେମାନେ ଖରାପ ଅନୁଭବ କରନ୍ତି। ଯେପରି ଏକ ନର୍ଦ୍ଦମା ପୋକ ନାଳରେ ସୁଖ ପାଏ, ଯଦି ତୁମେ ତାହାକୁ ଆଣି ଅମୃତ କୁଣ୍ଡରେ ରଖିବ, ତେବେ ସେ ଅଣନିଶ୍ବାସୀ ହୋଇଯିବ। ସେ ଉକ୍ତ ଅମୃତକୁଣ୍ଡରୁ କେମିତି ବାହାରିବ ତାହାର ବାଟ ଖୋଜିବ।। ଯେତେବେଳେ ଜଣେ ସନ୍ଥ ସତ୍ୟ ଏବଂ ସଂସ୍କାର ବିଷୟରେ କଥା ହୁଅନ୍ତି, ଏହା କିଛି ଲୋକଙ୍କୁ ଖରାପ ଲାଗିଥାଏ।’