ପଞ୍ଜଶୀରରେ ଭୀଷଣ ଲଢ଼େଇ ପାଇଁ ପ୍ରସ୍ତୁତି: ବାଗଲାନ୍‌ ପ୍ରଦେଶରେ ୩ ଜିଲ୍ଲାକୁ ପୁଣି କବ୍‌ଜା କଲା ତାଲିବାନ

ବିଦ୍ରୋହୀ ଗୋଷ୍ଠୀଙ୍କ ସହ ମୁହାଁମୁହିଁ ବେଳେ ତାଲିବାନ ଜିଲ୍ଲା ମୁଖ୍ୟ ସମେତ ୫୦ ନିପାତ

କାବୁଲ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଏବେ ତାଲିବାନ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ପଞ୍ଜଶୀର ଉପତ୍ୟକାରେ ତାଲିବାନକୁ ତୀବ୍ର ବିରୋଧ କରାଯାଉଥିରୁ ଏହି ଅଂଚଳକୁ ଦଖଲ କରିବାକୁ ତାଲିବାନ ବାହିନୀ ଗତରାତିରେ ପଂଜଶୀରରେ ପହଞ୍ଚିଯାଇଛନ୍ତି। ଆତଙ୍କବାଦୀମାନେ ଏହି ଅଂଚଳ ଅକ୍ତିଆର କରିବାପାଇଁ ପଞ୍ଜଶୀରର ସମସ୍ତ ପ୍ରବେଶ ପଥକୁ ଘେରି ରହିଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏଠାରେ ବିଦ୍ରୋହୀଙ୍କ ନେତୃତ୍ବ ନେଇ ତାଲିବାନ ବିରୋଧରେ ଲଢ଼େଇ ଜାରି ରିହବ ବୋଲି ଆଜି ଘୋଷଣା କରିଛନ୍ତି। ପୂର୍ବ ଆଫଗାନିସ୍ତାନ ସରକାରର କିଛି ସଦସ୍ୟ ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ତାଲିବାନ ବି‌ରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏବଂ ଅହମଦ ମସୋଦ ପଞ୍ଜଶୀରରେ ତାଲିବାନକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ୫ ହଜାରରୁ ଅଧିକ ସଶସ୍ତ୍ର ବିଦ୍ରୋହୀ ଏହାର ମୁକାବିଲା କରିବେ ବୋଲି କହିଛନ୍ତି। ମସୋଦ କହିଛନ୍ତି, ପଞ୍ଜଶୀର କାହା ନିକଟରେ ମୁଣ୍ଡ ନୁଆଁଇବ ନାହିଁ। ଯଦି ତାଲିବାନ ପଛକୁ ନହଟେ ‌ତା’ହେଲେ ବଡ଼ ସଂଘର୍ଷ ନିଶ୍ଚିତ ବୋଲି ସେ କହିଛନ୍ତି।

ଅନ୍ଦରବର ବିଭିନ୍ନ ଅଂଚଳରେ ତାଲିବାନ ଏବଂ ବିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି। ସଂଘର୍ଷରେ ତାଲିବାନରର ଜଣେ ଜିଲ୍ଲା ମୁଖ୍ୟ ସମେତ ୫୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଫଗାନିସ୍ତାନନ ବଗଲାନ୍‌ ପ୍ରଦେଶର ୩ଟି ଜିଲ୍ଲା ତଥା ବାନୋ , ଡେହ ସଲେହ ଏବଂ ପୁଲ୍‌ ଏ ହେସାରକୁ ତାଲିବାନ ପୁନଃ ଅକ୍ତିଆର କରିଥିବା ଦାବି କରିଛି।

ସମ୍ବନ୍ଧିତ ଖବର