ଯୋଗ ଦିବସ ପାଇଁ ଦୂରଦର୍ଶନର ପ୍ରାକ୍‌ପ୍ରସ୍ତୁତି

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରାଳୟ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଦୂରଦର୍ଶନ ଏକ ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମ ବା କର୍ଟନ ରେଜର ପ୍ରସାରଣର ଆୟୋଜନ କରୁଛି। ଆସନ୍ତା ୧୦ ତାରିଖ ଦିନ ଦୂରଦର୍ଶନ ସମାଚାର ପକ୍ଷରୁ ସନ୍ଧ୍ୟା ୭ଟାରୁ ୮ ମଧ୍ୟରେ ଏହା ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଆୟୁଷ ମନ୍ତ୍ରାଳୟର ଫେସବୁକ ପୃଷ୍ଠାରେ ମଧ୍ୟ ଉପଲବ୍ଧ ହେବ।

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ର ୧୦ ଦିନିଆ କାଉଣ୍ଟଡାଉନ ଏହି ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରସାରଣ ଜରିଆରେ ପ୍ରଦର୍ଶିତ ହେବ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ, ରାଷ୍ଟ୍ରମନ୍ତ୍ରୀ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଡଃ ଜିତେନ୍ଦ୍ର ସିଂହ ଏବଂ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ସଭାପତି ଡଃ ବିନୟ ସହଶ୍ରବୁଦ୍ଧେ ଏହି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ମଧ୍ୟ ଏଥିରେ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର