ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ଚାଲିବ ପରୀକ୍ଷା

କରୋନା ପରୀକ୍ଷାର୍ଥୀ ମଧ୍ୟ ଦେଇପାରିବେ ପରୀକ୍ଷା

ଭୁବନେଶ୍ବର: ଚଳିତ ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପରୀକ୍ଷା ନେଇ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ପରୀକ୍ଷା ଚାଲିବ ବୋଲି ଜଣା ପଡ଼ିଛି । ସବୁଠାରୁ କଥା ହେଲା କରୋନା ପରୀକ୍ଷାର୍ଥୀ ମଧ୍ୟ ଏହି ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ର ବ୍ୟବସ୍ଥା କରାଯାଇଛି । ଚଳିତଥର ୮୩ଟି ଷ୍ଟ୍ରିମରେ ନାମଲେଖା ହେଉଛି । ୧୪,୭୦୦ସିଟ୍ ପାଇଁ ଆବେଦନ କରିଛନ୍ତି ୬୨,୨୦୦ ଛାତ୍ରଛାତ୍ରୀ । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ସହ ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ।

How Hong Kong University is conducting exams amid pandemic | Education News,The Indian Express
The Indian Express

ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି ଯେ,, ପ୍ରତ୍ୟେକ ପରୀକ୍ଷା ୯୦ମିନିଟ୍ ଅବଧିର ହେବ । ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ କିଛି ମଡେଲ୍ ପ୍ରଶ୍ନ ୱେବସାଇଟରେ ଅପଲୋଡ୍ କରାଯାଇଛି । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର