ନୂଆଦିଲ୍ଲୀ: ଦେଶର ୧୫ଶ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନ ନିମନ୍ତେ ନିର୍ଦ୍ଧାରିତ ସମୟ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି।
ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ପାର୍ଲାମେଣ୍ଟ୍ର ଷ୍ଟ୍ରଙ୍ଗ୍ରୁମ୍ରୁ ବାଲଟ୍ ବକ୍ସ୍ ସବୁ ବାହାରକୁ ଆଣି ‘କାଉଣ୍ଟିଙ୍ଗ୍ ହଲ୍’ରେ ରଖୁଛନ୍ତି। ନିର୍ବାଚନ କମିସନ୍ଙ୍କ କହିବା ଅନୁସାରେ, ସୋମବାର ଦିନ ଆୟୋଜିତ ଭୋଟ୍ ଗ୍ରହଣରେ ସମୁଦାୟ ୯୯%ରୁ ଅଧିକ ଭୋଟର୍ ଭୋଟ୍ ଦେଇଛନ୍ତି।
ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଛି। କିନ୍ତୁ, ‘ଏନ୍ଡିଏ’ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବହୁ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ରହିଥିବାରୁ ସେ ଜିଣିବେ ବୋଲି ଏକ ପ୍ରକାର ନିର୍ଦ୍ଧାରଣ ହୋଇ ସାରିଛି।
କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ଲାଗି ପ୍ରମୁଖ ଆଦିବାସୀ ନେତାମାନେ ଦିଲ୍ଲୀ ଆସୁଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେଉଥିବାରୁ କେବଳ ଆଦିବାସୀ ସମ୍ପ୍ରଦାୟ ନୁହନ୍ତି, ସମସ୍ତ ଭାରତବାସୀ ଗୌରବାନ୍ବିତ ମନେକରୁଛନ୍ତି।
ଦେଶର ସବୁ ପ୍ରାନ୍ତରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିବା ଲାଗି ‘ବିଜେପି’ ହାଇକମାଣ୍ଡ୍ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/President-Election-1.jpg)