ଲକ୍ଷ୍ନୌ: କୋଭିଡ୍ ମୁକାବିଲା ପାଇଁ ଖୁବ୍ଶୀଘ୍ର ଉତ୍ତରପ୍ରଦେଶରେ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି। ସରକାର ରାଜ୍ୟରେ ସମସ୍ତ ମେଡିକାଲ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଜାନୁଆରି ୩୧ ପର୍ଯ୍ୟନ୍ତ ଡାକ୍ତର, ନର୍ସ୍ ଏବଂ ଠିକା କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ବୋଲି ଘୋଷଣା କରାଯାଇଛି। ଯେଉଁ ସ୍ବାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଏବେ ଛୁଟିରେ ଅଛନ୍ତି ସେମାନଙ୍କୁ ଆଜିଠାରୁ କାମରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ପାରାମେଡିକ୍ସ ଏବଂ ହସ୍ପିଟାଲ୍ କର୍ମଚାରୀଙ୍କୁ ଟିକା ଦିଆଯିବ। ଗୋରଖପୁରରେ ପ୍ରଥମ ପର୍ଯ୍ୟାୟରେ ୨୩ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ଗୋରଖପୁର ଜିଲ୍ଲା ହସ୍ପିଟାଲ୍ର ମୁଖ୍ୟ ମେଡିକାଲ ଅଧିକାରୀ ଶ୍ରୀକାନ୍ତ ତିୱାରୀ କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉତ୍ତରପ୍ରଦେଶ କୋଭିଡ୍କୁ ଖୁବ୍ ଭଲଭାବେ ମୁକାବିଲା କରିପାରିଛି। ଉତ୍ତରପ୍ରଦେଶକୁ ଦିଲ୍ଲୀ ସହ ତୁଳନା କରି ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶରେ ୨୪ କୋଟି ଲୋକରେ ୮ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଳୀରେ ୧.୭୫ କୋଟି ଲୋକ ଥାଇ ମଧ୍ୟ ୧୦ ହଜାର କୋଭିଡ୍ ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶରେ ଗଣ ଟିକାକରଣ ପାଇଁ ପ୍ରସ୍ତୁତି, ଜାନୁଆରି ୩୧ ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ
ମଡର୍ଣ୍ଣା ଟିକାକୁ ମିଳିବ ଆମେରିକୀୟ ସ୍ବୀକୃତି
/sambad/media/post_attachments/wp-content/uploads/2020/12/vaccinecoronavirus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)