ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅଛି। ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ତେବେ ବିଜେପି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ଲଗାତାର ଉଦ୍ୟମ ଜାରି ରଖିଛି। ବିଜେପି ଜାନୁଆରି ଦ୍ବିତୀୟ ସପ୍ତାହରେ ଲକ୍ଷ୍ନୌରେ ଏକ ବିଶାଳ ରୢାଲି ରଖିଛି। ଲକ୍ଷ୍ନୌରେ ମୋଦୀ ଏକ ବିଶାଳ ରୢାଲି କରିବେ। ଏହି ରୢାଲିରେ ୧୦ ଲକ୍ଷ ଲୋକଙ୍କର ସମାଗମ କରିବାପାଇଁ ବିଜେପି ଯୋଜନା କରୁଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେପି ଏହି ବିଶାଳ ରୢାଲି ପାଇଁ ଯୋଜନା କରୁଛି। ଆଗାମୀ ଜାନୁଆରି ୯,୧୦ ଏବଂ ୧୧ରେ ମୋଦୀ ଲକ୍ଷ୍ନୌରେ ରୢାଲି କରିପାରନ୍ତି। ଏହା କୁହାଯାଉଛି ଏହି ରୢାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠାରୁ ବିଶାଳ ରୢାଲି ହେବ। ଡିସେମ୍ବର ୧୯ରୁ ବିଜେପି ୬ଟି ଅଞ୍ଚଳରେ ଯାତ୍ରା କରିବ। ଲକ୍ଷ୍ନୌରେ ଏହି ଯାତ୍ରା ଶେଷ ହେବ। ଲକ୍ଷ୍ନୌର ଡିଫେନ୍ସ ଏକ୍ସପୋ ଗ୍ରାଉଣ୍ଡ୍ରେ ବିଜେପି ଏହି ରୢାଲି କରିବାପାଇଁ ଯୋଜନା କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp