ନୂଆଦିଲ୍ଲୀ: ଦିଲ୍ଲୀ ଜି-୨୦ ବୈଠକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା କହିଛନ୍ତି, ଦିଲ୍ଲୀର ଭିତ୍ତିଭୂମି ସେଭଳି ହେବା ଉଚିତ ଯାହାଦ୍ବାରା ଜି-୨୦ ବୈଠକ ଗୋଟିଏ ସପ୍ତାହର ନୋଟିସ୍‌ରେ ବି ହୋଇପାରିବ। ଗତ ୨ ମାସ ଭିତରେ ଏଦିଗରେ ଅନେକ କାର୍ଯ୍ୟ ହୋଇଛି। ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ସମସ୍ତ ସଂସ୍ଥା ଏବଂ ଅଧିକାରୀଙ୍କ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି। ସାକ୍ସେନା କହିଛନ୍ତି, ସମ୍ମିଳନୀ ପାଇଁ ୯୮ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି। ଜି-୨୦ ସମ୍ମିଳନୀର ଅଂଶବିଶେଷ ଭାବେ ସହର ପାଇଁ ଅନେକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହୋଇଛି। ଏସବୁକୁ ନଷ୍ଟ ନକରିବାପାଇଁ ସାକ୍ସେନା ଅନୁରୋଧ କରିଛନ୍ତି। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଳୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି। ରାଫେଲ, ମିରେଜ୍‌ -୨୦୦୦ ଏବଂ ସୁଖୋଇ -୩୦ ଏମ୍‌କେଆଇ ସମେତ ସର୍ଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ୍‌ ବି ସକ୍ରିୟ ରଖାଯାଇଛି। ସେହିପରି ପଂଜାବ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳର ବାୟୁସୀମାକୁ ମୁଖ୍ୟତଃ ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେଉଛି।

Advertisment

publive-image

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ‌ ଦେବେନି। ପୂର୍ବରୁ ଏନେଇ ସୂଚନା ମିଳିଥିଲେ ମଧ୍ୟ ଆଜି ସରକାରୀ ଭାବେ ଚୀନ୍‌ ଏହା‌ ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ନେତୃତ୍ବରେ ଚୀନ୍‌ ପ୍ରତିନିଧିଦଳ ଜି-୨୦ ବୈଠକରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରେ ଜିନପିଙ୍ଗ ଦ୍ବିତୀୟ ହାଇ ପ୍ରୋଫାଇଲ୍‌ ନେତାଭାବେ ଜି-୨୦ ବୈଠକରେ ଯୋଗ ଦେବେନି।