ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡା ଆଜି ଏକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ନଡ୍ଡା ଆଜି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସ୍ବୟଂସେବକ ଅଭିଯାନ ନାମକ ଏକ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନଡ୍ଡା କହିଛନ୍ତି, ଏହି କାର୍ଯ୍ୟକ୍ରମ ଦ୍ବାରା ବିଜେପି ଦେଶରେ ୨ ଲକ୍ଷ ଗ୍ରାମରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୪ ଲକ୍ଷ ସ୍ବେଚ୍ଛାକର୍ମୀଙ୍କୁ ତାଲିମ ଦିଆଯିବ। ପ୍ରଥମ ଦିନରେ ୪୮,୦୦୦ ସ୍ବେଚ୍ଛାକର୍ମୀ ଏହି କାର୍ଯ୍ୟକ୍ରମ ପାଇଁ ନାମ ପଂଜୀକରଣ କରିଛନ୍ତି। ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ତେଣୁ ସ୍ବାସ୍ଥ୍ୟସେବା ପାଇଁ ବିଜେପି ସ୍ବେଚ୍ଛାସେବୀଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ସ୍ବାସ୍ଥ୍ୟ ସ୍ବୟଂସେବକ ଅଭିଯାନ ଆରମ୍ଭ କରିଛି ବୋଲି ନଡ୍ଡା କହିଛନ୍ତି।
ଏହି କାର୍ଯ୍ୟକ୍ରମ ଦ୍ବାରା ଦେଶବ୍ୟାପୀ କାର୍ଯ୍ୟକର୍ତ୍ତାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଫଳରେ ତୃତୀୟ ଲହର ସମୟରେ କୌଣସି ଜରୁରୀ ସ୍ଥିତି ଉପୁଜିଲେ ସେମାନେ ଲୋକଙ୍କୁ ସହାୟତା କରିବେ। ତାଲିମପ୍ରାପ୍ତ କର୍ମଚାରୀମାନେ ଗାଁକୁ ଗାଁ ବୁଲି ଆବଶ୍ୟକସୂଚନା ସଂଗ୍ରହ କରିବେ। ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକସ୍ଥଳେ ମେଡିକାଲ ସହାୟତା ପ୍ରଦାନ କରିବେ। ଅଗଷ୍ଟ ୧ରୁ ଏନେଇ ତାଲିମ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/nada.jpg)