ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତର ନିର୍ବାଚନକୁ ପ୍ରଭାବିତ କରୁଛି ଏବଂ ଗଣତନ୍ତ୍ରକୁ ଅସମ୍ମାନିତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଉକ୍ତ ଘଟଣାରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛି। ଫେସବୁକ୍ରେ ଘୃଣା ଭାଷଣ ପୋଷ୍ଟ୍ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବିଷୟ ନେଇ ଏକ ଆଭ୍ୟନ୍ତରୀଣ ରିପୋର୍ଟ ଲିକ୍ ହେବାପରେ ଏହାକୁ ବିରୋଧ କରି କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି, ଫେସବୁକ୍ ଏବେ ଫେକବୁକ୍ ହୋଇଯାଇଛି। ଯେଉଁ ଅଭିଯୋଗ ଆସିଛି ସେନେଇ ଫେସବୁକ୍ ପକ୍ଷରୁ କୌଣସି ଉତ୍ତର ମିଳିନି। ଖେଡ଼ା କହିଛନ୍ତି, ଫେସବୁକ୍ ବିଜେପିର ସହଯୋଗୀ ଭାବେ କାମ କରୁଛି ଏବଂ ବିଜେପି ଏଜେଣ୍ଡା ବା କାର୍ଯ୍ୟସୂଚୀକୁ ଆଗକୁ ନେଉଛି। ଫେସବୁକ୍ ନିର୍ବାଚନକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି ଏବଂ ଉକ୍ତ ଘଟଣାରେ ଜେପିସି ତଦନ୍ତ ଦାବି କରିଛନ୍ତି। ବିଜେପି କର୍ମୀମାନେ ଫେସବୁକ୍ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଉକ୍ତ ଘଟଣାରେ ଜେପିସି ତଦନ୍ତ ଦାବି କରିଛନ୍ତି।
କଂଗ୍ରେସର ଅଭିଯୋଗ: ଫେସବୁକ୍ ଭାରତର ନିର୍ବାଚନକୁ ପ୍ରଭାବିତ କରୁଛି
ଜେପିସି ତଦନ୍ତ ଦାବି
/sambad/media/post_attachments/wp-content/uploads/2021/03/921149-facebook.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)