ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ପ୍ରମୁଖ ରାଜନୈତିକ ଦଳମାନେ ଏବେ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଭିନ୍ନ ରାଜନୈତିକ ଦଳମାନେ ଭୋଟରଙ୍କୁ ଲୋଭାନ୍ବିତ କରିବାପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଛନ୍ତି। ପ୍ରିୟଙ୍କା ନିକଟରେ କଲେଜ୍ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଏବଂ ଇ-ସ୍କୁଟର ଦେବାପାଇଁ ଘୋଷଣା କରିଥିବାବେଳେ ଆଜି ପୁଣି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ଲୋକମାନଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ପ୍ରିୟଙ୍କା ବିଦ୍ୟୁତ ବିଲ୍ ଛାଡ଼ କରିଥିଲେ ଏବଂ ମହିଳାଙ୍କ ପାଇଁ ୪୦ ପ୍ରତିଶତ ଟିକେଟ ସଂରକ୍ଷଣ ରଖିଥିଲେ। ଅନ୍ୟପକ୍ଷେ ଯୋଗୀ ଆଦିତ୍ୟନାଥ ଆଜି ଯୁବଗୋଷ୍ଠୀଙ୍କ ମଧ୍ୟରେ ମାଗଣା ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି କୋଭିଡ୍ ମହାମାରୀ ପାଇଁ ଘୋଷଣା ହୋଇଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହି ଯୋଜନା ଅଧୀନରେ ଗରିବମାନଙ୍କୁ ମାଗଣା ରାସନ୍ ବଣ୍ଟାଯାଉଛି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର; ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା: ପ୍ରିୟଙ୍କା
ଯୁବଗୋଷ୍ଠୀଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ବାଣ୍ଟିବେ ଯୋଗୀ
/sambad/media/post_attachments/wp-content/uploads/2021/10/yogi-priyanka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)