ଟ୍ରମ୍ପଙ୍କ ଆସିବା ନେଇ ବ୍ୟାପକ ପ୍ରସ୍ତୁତି; ସୁନା ଥାଳିରେ ଖାଇବେ ଖାଦ୍ୟ, ରୂପା ଗ୍ଲାସରେ ପିଇବେ ପାଣି

ନୂଆଦିଲ୍ଳୀ: ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମାଲାନିଆ ଟ୍ରମ୍ପ୍‌। ସାରା ଦେଶ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରି ରହିଛି। ଟ୍ରମ୍ପ୍‌ ଆସିବା ପାଇଁ ଯେଉଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ତାହାର ନାମ ରହିଛି ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ୍‌’। ଟ୍ରମ୍ପଙ୍କ ଆସିବା ନେଇ ଆଗରୁ ପ୍ରସ୍ତୁତ ହେବାରେ ଲାଗିଛି ଦେଶ।

ଟ୍ରମ୍ପ୍‌ଙ୍କ ବ୍ୟବହାର କରିବାକୁ ଥିବା ଟେବୁଲ୍‌ ଉପରେ ସୁନା ଓ ରୂପାର ଛାଉଣୀ ଦିଆ ସାମଗ୍ରୀ ରଖାଯିବ। ରାଜଧାନୀ ଦିଲ୍ଲୀଠାରେ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ବ୍ୟବହାର ସକାଶେ ସୁନା ଓ ରୂପା ଛାଉଣୀ ଟେବଲ୍‌ ସାମଗ୍ରୀ ଦିଆଯିବ।

ତେବେ କେବଳ ଟ୍ରମ୍ପ୍‌ କାହିଁକି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମା ଆସିବା ବେଳେ ମଧ୍ୟ ଏହି ପରି ଟେବୁଲ୍‌ ସାମଗ୍ରୀ ତିଆରି କରାଯାଇଥିଲା ବୋଲି ସୂଚନା ରହିଛି।

ଫେବ୍ରୁଆରି ୨୫ ତାରିଖରେ ମାଲାନିଆ ଦିଲ୍ଳୀର ନାନକପୁରଠାରେ ଥିବା ଏକ ସରକାରୀ ସ୍କୁଲ୍‌କୁ ବୁଲି ଦେଖିବେ। ମାଲାନିଆ ଯେଉଁ ରାସ୍ତାରେ ଯିବେ ତାହାକୁ ଅତ୍ୟନ୍ତ ସୁନ୍ଦର ଭାବେ ସଜାଇ ଦିଆଯିବ। ମହାନଗର ବିଭାଗ ଏହି ସବୁ ପ୍ରସ୍ତୁତି କାର୍ଯ୍ୟରେ ପୂରା ବ୍ୟସ୍ତ ରହିଛି ବୋଲି ଲୋକାଲ୍‌ କାଉନ୍‌ସିଲର୍‌ ମନୀଷ ଅଗ୍ରୱାଲ୍‌ କହିଛନ୍ତି।

 

ସମ୍ବନ୍ଧିତ ଖବର