ନୂଆଦିଲ୍ଲୀ : ଚିଲ୍‌ଡ୍ରେନ୍ସ ହୋମ୍‌ରେ ରହୁଥିବା ଛଅ ବର୍ଷରୁ ଅଧିକ ବୟସର ଶିଶୁ ଯେଉଁମାନଙ୍କୁ ଆଡପ୍ଟ କରାଯାଇନାହିଁ ସେମାନଙ୍କ ତାଲିକା ରାଜ୍ୟମା‌ନଙ୍କୁ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

Advertisment

ଶିଶୁ ସୁରକ୍ଷା - ଶିଶୁ କଲ୍ୟାଣ ସଂପର୍କିତ କର୍ମଶାଳାକୁ ସ‌ମ୍ବୋଧନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି, ଏହି ତାଲିକା ପ୍ରସ୍ତୁତ ପରେ କେନ୍ଦ୍ର ଶିଶୁମାନଙ୍କୁ ଆଡପ୍ଟ କରିବାର ବ୍ୟବସ୍ଥା କରିବ। ଏହାର ଦାୟିତ୍ବ ଚାଇଲ୍ଡ ୱେଲଫେୟାର ସେଣ୍ଟର(ସିଡବଲ୍ୟୁସି) ମାନଙ୍କୁ ଦିଆଯାଇଛି। ସିଡବଲ୍ୟୁସି ଶିଶୁ ମଙ୍ଗଳ କେନ୍ଦ୍ରରେ ରହୁଥିବା ଶିଶୁମାନଙ୍କୁ ସେମାନଙ୍କର ପରିବାରଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରୁଛି। ଏଭଳି ପ୍ରୟାସ ଜରିଆରେ ଦେଶର ୧ ଲକ୍ଷ ୪୫ ହଜାର ଶିଶୁଙ୍କୁ ସେମାନଙ୍କର ପରିବାରକୁ ଫେରାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।