ବେଜିଂ : ଯୁଦ୍ଧ ଲଢି ଜିତିବାକୁ ପ୍ରସ୍ତୁତି କରିବାକୁ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ।

Advertisment

ସି ଜିନ ପିଙ୍ଗ୍ ରାଷ୍ଟ୍ରପତି ହେବା ସମେତ ଚୀନର ଅତି କ୍ଷମତାଶାଳୀ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ଏକ ନିର୍ଦ୍ଦେଶ ଜରି କରି ସେ କହିଛନ୍ତି ଯେ ପିଏଲଏ ଏକ ଅତ୍ୟନ୍ତ ଦକ୍ଷ ଏଲିଟ୍ ଫୋର୍ସ ଗଠନ କରାଯାଉ, ଯାହାକି ଯୁଦ୍ଧ ଲଢି ଜିତିବାର କ୍ଷମତା ରଖୁଥିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୈନ୍ୟମାନଙ୍କ ତାଲିମକୁ ବ୍ୟାପକ କର। ସୈନ୍ୟମାନେ ଅତ୍ୟାଧୁନିକ ଟେକନଲୋଜୀ, ଯୁଦ୍ଧକୌଶଳ, ଶତ୍ରୁମାନଙ୍କୁ ବୁଝନ୍ତୁ ।  ଏହା ସହିତ ସେମାନେ ଦୃଢ଼ ପ୍ରତିଜ୍ଞାର ସହିତ ସାର୍ବଭୌମତ୍ବକୁ ରକ୍ଷା କରନ୍ତୁ  ଏବଂ ଦେଶର ସାମଗ୍ରିକ ସ୍ଥିରତାକୁ ରକ୍ଷା କରନ୍ତୁ । ଏଥିସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ । ସେନାର ଅଫିସର ଓ ସୈନ୍ୟମାନେ ମୃତ୍ୟୁ, କଠିନ ପରିସ୍ଥିତି କିମ୍ବା ପ୍ରତିକୂଳ ପାଗକୁ ନ ଡରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଗୋଟିଏ ପଟେ ଚୀନ ସେନା ଭାରତ ସହ ମୁହାଁମୁହିଁ ଥିବାବେଳେ ଅନ୍ୟପଟେ ତାଇଓ୍ବାନକୁ ଅଧିକାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶ୍ବର ସୁପର ପାଓ୍ବାର ଆମେରିକା ସହ ଚୀନର ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଚୀନ ସେନାକୁ ଯୁଦ୍ଧ ଜିତିବାକୁ ପ୍ରସ୍ତୁତ ରହିବାକୁ ସି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ ଗୁରୁତ୍ବ ବହନ କରୁଛି ।