ସଜାଗ ରୁହ ନଚେତ ଦୁର୍ଦଶା ଭୋଗିବ: କୋଭିଡ୍-୧୯ ଯୁଦ୍ଧ ବିଷୟରେ ସିଡିଏସ୍ ଜେନେରାଲ୍ ରାୱତଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଭାରତର “ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତଙ୍କର ବିଶ୍ୱାସ ଯେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଭାରତ “କୋଭିଡ୍-୧୯’ ଶୃଙ୍ଖଳ ଛିନ୍ନ କରିବା ଉଚିତ । ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱ ମାଧ୍ୟମରେ ଭୂତାଣୁ ଶୃଙ୍ଖଳ ଛିନ୍ନ ନ କରାଗଲେ ଦୀର୍ଘ ଦିନ ଯାଏଁ ଏହି ମହାମାରୀର ପରିଣାମ ଭୋଗ କରିବାକୁ ପଡ଼ିବ ।

ସେନାବାହିନୀର ସଙ୍କଳ୍ପ ବାର୍ତ୍ତା “ସଜାଗ ରୁହ ନଚେତ ମରିବ’କୁ କୋରୋନାଭାଇରସ୍ ସଂକଟ ସମୟରେ ମାର୍ଜିତ କରି ସେ କହିଛନ୍ତି ଯେ “ସଜାଗ ରୁହ ନଚେତ ଦୁର୍ଦଶା ଭୋଗିବ’।

Image Source: Hindustan Times

ଟେଲିଫୋନ୍ ଯୋଗେ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଶତପ୍ରତିଶତ ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱ ମାଧ୍ୟମରେ ଆମେ କରୋନାଭାଇରସ୍ ବିସ୍ତାରକୁ ରୋକିବା ଉଚିତ । ଫସଲ ଅମଳ ସମୟ ଆସୁଥିବାରୁ ଭାରତ ଆଉ ଲକଡାଉନ୍ ସମୟ ଅବଧି ବଢ଼ାଇ ପାରିବନାହିଁ । ଜନତା ଓ ସରକାରଙ୍କ ଦାବି ପୂରଣ କରିବାକୁ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।

ସେ ଆହୁରି କହିଛନ୍ତି ଯେ ସଂକ୍ରମିତଙ୍କ ସେବା ନିମନ୍ତେ ବାୟୁସେନା ଓ ନୌସେନା ୧୭/୧୮ ଡାକ୍ତରଖାନା ଉତ୍ସର୍ଗ କରି ପୂରା ଦମରେ କାର୍ଯ୍ୟରେ ଲାଗିଛି । ଏହି ଡାକ୍ତରଖାନାମାନଙ୍କର ଶଯ୍ୟା ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି । ଏହାଛଡ଼ା ସେନାବାହିନୀ ଓ ତା’ର ଡାକ୍ତରମାନେ ସର୍ବଦା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗ ରଖିଛି ।

ସମ୍ବନ୍ଧିତ ଖବର