ଆତଙ୍କବାଦକୁ ଶେଷ କରିବା ପାଇଁ ପ୍ରସ୍ତୁତି: ଦିଲ୍ଲୀରେ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ 

ନୂଆଦିଲ୍ଲୀ: ନିକଟରେ ଜମ୍ମୁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ତଥା ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ଗୃହମନ୍ତ୍ରୀ ଉତ୍ତର ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟରେ ଜମ୍ମୁ-କଶ୍ମୀରର ସୁରକ୍ଷା ପରିସ୍ଥିତି ଏବଂ  ଆଗାମୀ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି। ଜମ୍ମୁ-କଶ୍ମୀରରେ ଚାଲିଥିବା ସୁରକ୍ଷା ପରିସ୍ଥିତି ଏବଂ ଏଭଳି ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ସମ୍ପୃକ୍ତ ଅଧିକାରୀମାନେ ଗୃହମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂତ୍ରରୁ ପ୍ରକାଶ ଯେ ଜମ୍ମୁ-କଶ୍ମୀରରେ ସୁରକ୍ଷା ପରିସ୍ଥିତି, ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାଠାରେ ସୈନ୍ୟବାହିନୀ ନିୟୋଜନ, ଅନୁପ୍ରବେଶ ଉଦ୍ୟମ, ଆତଙ୍କବାଦ ବିରୋଧୀ ଅପରେସନର ସ୍ଥିତି ଏବଂ ସକ୍ରିୟ ଆତଙ୍କବାଦୀଙ୍କ ଶକ୍ତି ବିଷୟରେ ଶାହାଙ୍କୁ ଅବଗତ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ପଦକ୍ଷେପ ନେବାକୁ ଶାହ ବ୍ୟାପକ ନିର୍ଦ୍ଦେଶନାମା ଉପରେ କୁରୁତ୍ବାରୋପ କରିଛନ୍ତି।

ଏହାର ଗୋଟିଏ ଦିନ ପୂର୍ବରୁ ଅମିତ ଶାହ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀରର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ରବିବାର ଏହି ପ୍ରସଙ୍ଗରେ ଆଉ ଏକ ବିସ୍ତୃତ ବୈଠକ ଡକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଶାହ ଉଦବେଗ ପ୍ରକାଶ କରିଥିଲେ।

ଚାରିଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଜୁନ୍ ୯ ଠାରୁ ରେୟ‌ାସି, କଠୁଆ ଏବଂ ଡୋଡାର ଚାରୋଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି, ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି ଏବଂ  ୭ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ଆତଙ୍କବାଦୀ ଘଟଣା ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର