ଧନୀମାନେ ସ୍ୱେଚ୍ଛାରେ ସରକାରୀ ସୁବିଧାସୁଯୋଗ ତ୍ୟାଗ କରନ୍ତୁ : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ଧନୀ ଲୋକମାନେ ସ୍ୱେଚ୍ଛାକୃତଭାବେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରତ୍ୟାହାର କରି ଏକ ଆଦର୍ଶ ଉଦାହରଣ ରଖନ୍ତୁ । ଯଦ୍ୱାରା ଆମ ଦେଶର ଗରିବ ଲୋକମାନଙ୍କୁ ତାହା ମିଳିପାରିବ ବୋଲି ଆହ୍ଵାନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

୬୯ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ନିଜର ସଂଦେଶ ଦେଇ ସେ କହିଛନ୍ତି ଯେ ଭାରତର ସଭ୍ୟତା ଦାନ ଉପରେ ପର୍ଯ୍ୟବେଶିତ । ଏଣୁ ଭାରତର ଧନୀ ଲୋକମାନେ କେବଳ ଏଲପିଜି ସବସିଡି ନୁହେଁ ସ୍ୱେଚ୍ଛାରେ ଅନ୍ୟ ପ୍ରକାରର ସରକାରୀ ସୁବିଧାକୁ ତ୍ୟାଗ କରିପାରିବେ ଯେପରିକି ଏକ ଗରିବ ଲୋକ ତାହାର ସୁଯୋଗ ନେଇପାରିବ । ଏଥିପାଇଁ ସେ କୌଣସି ଚାପରେ ନୁହେଁ ନିଃସ୍ୱାର୍ଥପର ଭାବେ ନିଜ ହୃଦୟର ଡାକରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭୋକକୁ ଜିତିବାରେ ଆମେ ଅନେକ ମାତ୍ରାରେ ସଫଳ ହୋଇଛୁ, କିନ୍ତୁ ଆମ ଆଗରେ ଆହୁରି ବଡ଼ ଆହ୍ଵାନ ରହିଛି । ଆମକୁ ପୁଷ୍ଟିହୀନତାକୁ ଜିତିବାକୁ ହେବ । ସେହିପରି ଯୁବ ସମାଜ ଆମ ଭବିଷ୍ୟତର ଆଶା, ସେମାନେ ହିଁ ଦେଶକୁ ଗଢିବେ ।

ସମ୍ବନ୍ଧିତ ଖବର