ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଟ୍ୱିଟ୍ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି ମନରେ ପୋଷଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ହୋଲି ଅଭିନନ୍ଦନ ପଠାଇଛନ୍ତି ।

ହୋଲି କେମିତି ଏକତାର ରଙ୍ଗରେ ସମଗ୍ର ଦେଶକୁ ରଙ୍ଗାୟିତ କରୁଛି ଗୁରୁତ୍ୱଦେଇ ପ୍ରଧାନମନ୍ତ୍ରୀ ମୋଦି ହୋଲି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି: ପବିତ୍ର ହୋଲି ଅବସରରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଏଇ ଆନନ୍ଦ ଉତ୍ସବ ଆମ ଏକତା ଓ ସହାନୁଭୂତିର ରଙ୍ଗ ପ୍ରଦର୍ଶନ କରୁଛି ।

ଏଇ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣୁ ବୋଲି ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଆଶା କରିଛନ୍ତି । ସେ ଟୁଇଟ୍ କରିଛନ୍ତି: ପବିତ୍ର ହୋଲି ଅବକାଶରେ ଭାରତ ଓ ବିଦେଶରେ ଥିବା ନାଗରିକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ରଙ୍ଗର ଉତ୍ସବ ହୋଲି ଆମ ସମାଜରେ ବସନ୍ତ ଓ ଭାତୃତ୍ୱର ପାଳନ । ସମସ୍ତଙ୍କ ଜୀବନରେ ଏହା ଶାନ୍ତି, ଆନନ୍ଦ ଓ ସମୃଦ୍ଧି ଆଣୁ ।

ସମ୍ବନ୍ଧିତ ଖବର