ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଅଭିନନ୍ଦନ

ଦ୍ରୌପଦୀଙ୍କ ଶପଥ ଉତ୍ସବରେ ଯୋଗ ଦେବେ ନବୀନ

ନୂଆଦିଲ୍ଲୀ : ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ୍‌ କରି କହିଛନ୍ତି, ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭା‌ବେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଉପରାଷ୍ଟ୍ରପତି ନାଇଡ଼ୁ ଟ୍ବିଟ୍‌ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କର ତ୍ୟାଗପୂର୍ଣ୍ଣ ସେବା ଭାବ ଏବଂ ବ୍ୟାପକ ଅନୁଭବ ଦ୍ବାରା ଦେଶ ଉପକୃତ ହେବ।

Facebook

ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ: ରାଜ୍ୟପାଳ
ଭୁବନେଶ୍ବର : ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ଟୁଇଟ୍ କରି କହିଛନ୍ତି, ସେ ସର୍ବପ୍ରଥମ ଆଦିବାସୀ ଭାବେ ଭାରତର ରାଷ୍ଟ୍ରପତି ହେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହାସହ ତାଙ୍କ ପୂର୍ଣ୍ଣ କାର୍ଯ୍ୟକାଳର କାମନା କରିଛନ୍ତି।

ଶୁଭେଚ୍ଛା ଜଣାଇଲେ ନିରଞ୍ଜନ ଓ ଶରତ
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଟୁଇଟ୍ କରିଛନ୍ତି ଯେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ। ଏକ ସଫଳ ରାଷ୍ଟ୍ରପତି କାର୍ଯ୍ୟକାଳ ପାଇଁ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଶୀର୍ବାଦ କରନ୍ତୁ। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ବି ଟୁଇଟ୍‌ କରି ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଦ୍ରୌପଦୀଙ୍କ ଶପଥ ଉତ୍ସବରେ ଯୋଗ ଦେବେ ନବୀନ
ଭୁବନେଶ୍ବର : ଆସନ୍ତା ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ସୂଚନା ମିଳିଛି। ଏଥିପାଇଁ ଶ୍ରୀ ପଟ୍ଟନାୟକ ଆସନ୍ତା ୨୩ ତାରିଖରୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।

ସମ୍ବନ୍ଧିତ ଖବର