ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୟାଦଶମୀ ଅବସରରେ ଭାରତର ଅରୁଣାଚଳ ପ୍ରଦେଶ. ବିହାର, ତାମିଲନାଡ଼ୁ, ଆସାମ ଓ ମେଘାଳୟ ଭଳି ୫ଟି ରାଜ୍ୟ ପାଇଁ ପାଞ୍ଚଜଣ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି।ଏତଦ୍ବ୍ୟତୀତ ଆଣ୍ଡାମାନ ନିକୋବରର ଲେଫ୍ଟନାଣ୍ଟ ଗଭଣ୍ଣରଙ୍କୁ ମଧ୍ୟ ରାଷ୍ଟ୍ରପତି ଆଜି ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ନୂତନ ରାଜ୍ୟପାଳମାନେ ସେମାନଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ସେମାନଙ୍କ କାର୍ଯ୍ୟକାଳ ଗଣନା କରାଯିବ।
ରାଷ୍ଟ୍ରପତି ଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରିଗ୍ରେଡିୟ ଡା. ବି ଡି ମିଶ୍ରଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବିହାରର ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ତାମିଲନାଡୁର ରାଜ୍ୟପାଳ ଭାବେ ବନଓ୍ଵାରୀଲାଲ ପୁରୋହିତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ବେଳେ ଆସାମର ରାଜ୍ୟପାଳ ଭାବେ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଗଙ୍ଗାପ୍ରସାଦଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଆଣ୍ଡାମାନ ନିକୋବରର ଲେଫ୍ଟନାଣ୍ଟ ଗଭର୍ନର ଭାବେ ଦେବେନ୍ଦ୍ର କୁମାର ଯୋଶୀଙ୍କୁ ନିଯୁକ୍ତି ଦେଇଛନ୍ତି।
୫ ଜଣ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2017/09/president.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)